STORYMIRROR

Sadananda Sahoo

Romance

3  

Sadananda Sahoo

Romance

ମନେପଡେ ତୁମକଥା

ମନେପଡେ ତୁମକଥା

1 min
332


ମନଆକାଶରେ ତୁମ ଛବି ଭାସେ

   ଦିନ ରାତି ଅବିରତେ ;

ସମୟ ସ୍ରୋତ ରେ ତୁମେ ହଜିଗଲ

  ଝୁରୁଚି ମୁଁ' ଆଜି ସତେ ।


ସବୁ ପ୍ରେମ ସ୍ମୃତି ରଖିଛି ସାଇତି 

  ପ୍ରେମ ଫରୁଆରେ ମୋର ;

ପ୍ରେମ ଇତିହାସ କରେ ଉପହାସ

   ତୁମେତ ସାଜିଲ ପର ।


ପ୍ରୀତିର ଚୁମ୍ବନ ତୁମେ ଦେଇଥିଲ 

   ପାଶୋରି ଯାଇନି ମନୁ ;

କାହିଁକି କେଜାଣି ଭୁଲିଗଲ ସାଥୀ

  ମୋତେ ତୁମେ ଜାଣୁଜାଣୁ ।


ବରଷା ରାତିରେ ଭିଜିଥିଲେ ଆମେ

   ପ୍ରେମଗୀତ  ଗାଇଗାଇ ;

ପ୍ରେମ ପରଶରେ କହିଥିଲ ତୁମେ

    ଚୁମ୍ବନ ଆଙ୍କିବା ପାଇଁ ;


ପ୍ରେମଭାବନାରେ ଜୋଛନାରାତିରେ 

    ଆମେ ବୁଲୁଥିଲେ ଏକା ;

ତାରାଫୁଲ ଦେଖିକହୁଥିଲ ସଖୀ

   ପ୍ରେମର କଜଳ ଟୀକା ।


ଭାଗ୍ୟବିଡମ୍ବନା ମୁଁ' ଆନମନା

   ପଥହୁଡି  ଚାଲିଗଲ ;

ସିନ୍ଥୀରେ ତୁମର ଆଉ କା'ସିନ୍ଦୁର

    ହୃଦୟକୁ ଜାଳିଦେଲ ।


ପ୍ରେମ ଦୁନିଆଁରେ ମୁଁ'ଖୋଜି ବୁଲେ

    ତୁମରି ସରାଗ ହସ ;

ମୁଁପ୍ରେମୀ ପାଗଳଦୁଃଖ ମୋ ଅସହ୍ୟ

   ଦିଅ ପ୍ରିୟା ମୋତେ ବିଷ ।


ମରିବା ଆଗରୁ ଦେଖନ୍ତି ମୁଁ'ଥରେ

   ତୁମରି ଚନ୍ଦ୍ରମା ରୂପ ;

ଏଇ ଅବୋଶୋଷ କରମୋର ଶେଷ 

    ଦେଇପ୍ରିୟା ଅଭିଶାପ  । !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance