STORYMIRROR

Nayana Kumar Mohanta

Romance

3  

Nayana Kumar Mohanta

Romance

ବିରହିଣୀ-ଜହ୍ନ

ବିରହିଣୀ-ଜହ୍ନ

1 min
394


କୃଷ୍ଣ-ପକ୍ଷର ଗତାୟୁ

ବିରହିଣୀ-ଜହ୍ନ,

ଅଳସୀ-ତମସା କୋଳେ-

ବିବର୍ନ-ପାଂଡୁର,

ନିମିଳିତ ବିଶାଖା-ନକ୍ଷତ୍ର....


ସରି'ଆସେ ରାତି'ର ଆୟୁଷ,

ଡେଣା-ଝାଡି-

ପ୍ରେମ ନିବେଦଂତି

ନିଦ୍ରା ପରିହରି

ବିଳଂବିତ ରାତିର ପହରେ

ବିହଂଗ-ଦଂପତି...

ଦୂରେ କାହିଁ ଡାକେ ରାମ-ପକ୍ଷୀ

ଯାମିନୀ'ର ଅଂତ

ଦେଇ ଇସ୍ତାହାର,

କାଟି-ଦେଇ-

ନୀଶିଥିନୀ-ମାୟା....


ତୁମ-ଦେହ ରେଖା-ଚିତ୍ର

ସପନ ମଗନେ,

ବିତି'ଯାଏ ପ୍ରଲଂବିତ

ଏଇ ଶୀତ-ରାତି,

କ୍ଷୁଦ୍ର ଏ ଜୀବନେ....


ନିଷ୍ଠୁର ଏ ହିମେ-

ସଂତାପିତ ମୁହିଁ,

ପାହେ-ନାହିଁ

ବିନୀଦ୍ର-ରଜନୀ

ଝୁରେ ମନ-

ତୁମ-ଦେହ ତାତି,

ଆସ-ପ୍ରୀୟ...ଆସ-ସାଥୀ.....###

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance