ମିଳନ-୨
ମିଳନ-୨
ଚଇତି ପବନ ଟା
ଲାଗେ ଆଜି କି ପାଇଁ
ମତେ ଫଗୁଣର ମଳୟ ସେ ଯେ
ଗୋଲାପି ଓଠ ଟା ଯାଏ ଲଜେଇ
ଆଖି କୁହେ ଇଙ୍ଗିତ ଭରା ଭାଷା ଯେବେ
ଲାଗେ ମତେ ଅଦିନିଆ ପ୍ରେମ ଏଯେ......।।
ଆସୁଛି ପିୟା ମୋର
ପାଇଛି ମୁଁ ଖବର ତାର
ହୋଇଛି ଶେଷ ବିରିହ ବେଦନା ଏବେ
ସାଜିବି ତା'ହୃଦୟ ର ରାଣୀ
ଲେଖୁଛି ଏକ ନୂଆ ପ୍ରେମ କାହାଣୀ........।।
ପଲକ ଉଠାଇ ଅନେଇଛି ପ୍ରିୟା କୁ ଯେବେ
ତା ଚାହାଣୀ ପରଶେ ଶୀତେଇ ଯାଇଛି ବଦନ
ହୋଇଛି ଏକ ଅଦେଖା ବିଜୁଳିର ଆଗମନ
ଲାଜକୁଳି ଲତା ହୋଇ ଦେଇଛି ସମର୍ପି ନିଜକୁ ନିଜେ
କାହିଁ କେତେ ଯୁଗ ପର ମିଳନ ଏ ଯେ................।।
ଦୂରତ୍ୱ ମିଟାଇ ଆସୁଛି ଦି'ଶରୀର ସମୀପେ
ଧୂଳିଝଡ଼ ବି ଲାଗୁଛି ସଜଗୋଲାପର ପାଖୁଡା ସତେ
ରଙ୍ଗି ଚାଲିଛନ୍ତି ଦି ବଦନ ଅତୃପ୍ତ ଏକ ପ୍ରେମରଙ୍ଗେ
ଜୀବନର ବାକି ରଙ୍ଗ ଲାଗେ ଫିକା ତୃପ୍ତ ନିଶାରେ
ଦି'ହୃଦୟ ହୋଇ ଏକ ନେଇଛି ନୂଆଁ ଆକାର ଏବେ
ଛୁଇଁ ଚାଲିଯାଏ ଅଦେଖା ପ୍ରେମ ର ସଲିଳ ଯେବେ.......।।

