STORYMIRROR

Kabiratna Nutan Kumar Behera

Romance Tragedy Action

3  

Kabiratna Nutan Kumar Behera

Romance Tragedy Action

ସମ୍ପର୍କର ଶେଷ ପ୍ରଶ୍ନ

ସମ୍ପର୍କର ଶେଷ ପ୍ରଶ୍ନ

1 min
149


ପରସ୍ପର ମଧ୍ୟେ ଭାବ ବିନିମୟ ହେଉ ହେଉ

ମନକୁ ଛୁଇଁ ଯାଏ ଯେବେ ମଧୁର ଭାଷା

ଚୁମ୍ବକ ଭଳି ଆକର୍ଷି ନିଏ ନିର୍ମଳ ହୃଦୟକୁ

ଗଢି଼ ଉଠେ ସମ୍ପର୍କ ହୁଏ ଚିହ୍ନା ପରିଚୟ ll

ଦୂରରୁ ହେଲେ ନିକଟତର ବଢି଼ଯାଏ ଆତ୍ମୀୟତା

ଦୁଃଖରେ ସୁଖରେ ଉଭୟେ ମିଳାଇ ହାତ

କରୁଥାନ୍ତି ନିଜ ସାମର୍ଥ୍ୟରେ ସାହାଯ୍ୟ ସହଯୋଗ

ଚାଲୁ ଚାଲୁ ଜୀବନ ରାସ୍ତାରେ ସହ ପଥିକ ହୋଇ

ମନରେ ଉଙ୍କି ମାରେ ନା ନା ପ୍ରକାର ପ୍ରଶ୍ନ ll

ଆଲୋଚନା ପର୍ଯ୍ୟାଲୋଚନାରେ ହୁଏ ସମାଧାନ

ଭାବ ସାଥେ ମିଶେ ଭାବ ମତ ସାଥେ ମତ

ରଖିବାକୁ ପବିତ୍ର ସମ୍ପର୍କର ଗୌରବ ସ୍ବାଭିମାନ

ସହିବାକୁ ହୁଏ ଅନେକ ସମୟରେ ବହୁ ବିଘ୍ନ ll

ଉଦ୍ଦେଶ୍ୟ ଥିଲେ ମହତ ସୌଜନ୍ୟମୂଳକ

ମିଳେ ସଫଳତା ହୋଇ ତାର ଆଶୁ ସମାଧାନ

ପ୍ରଶ୍ନ ଯା' ହେଉ ଉତ୍ତର ମିଳିଲେ ସନ୍ତୋଷଜନକ

ଉଭୟଙ୍କ ଭିତରେ ସଂପର୍କ ରହେ ଚିର ଅମ୍ଳାନ ll

କେବେ ଯଦି ମନକୁ ଆସେ କିଛି ସନ୍ଦେହ

କ୍ରମେ ତା' ରୂପାନ୍ତରିତ ହୋଇଯାଏ ଅବିଶ୍ଵାରେ

ଫଳତଃ ମାନସିକତା ହୁଏ ରୁଗ୍ଣ ଦୁର୍ବଳ

କୌଣସି ପ୍ରଶ୍ନର ଉତ୍ତର ଆସେନା ଅନ୍ତରରୁ

ଯେତେ ଭାବ ଭାଷା ଥାଉ ଦୁହିଁଙ୍କ ମନ ହୃଦୟରେ ll

ବିଗିଡ଼ି ଯାଏ ବନ୍ଧୁତା ହଜିଯାଏ ଆଶା ଭରସା

ଭାଙ୍ଗିଗଲେ ହୃଦୟ ସ୍ମୃତି ଯେତେ ହୋଇ ରହେ

ଚିନ୍ତା ଚେତନାରେ ସମ୍ପର୍କର ଶେଷ ପ୍ରଶ୍ନ ?

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance