Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ବିଭିନ୍ନତା ମଧ୍ଯେ ଏକତା ଗୀତ ଗାଇବା

ବିଭିନ୍ନତା ମଧ୍ଯେ ଏକତା ଗୀତ ଗାଇବା

1 min
203



ହିମାଳୟ ଶିରେ ଶୋଭାପାଏ ସାଗର ଚରଣ ଧୁଏ

ଗଙ୍ଗା ବ୍ରହ୍ମପୁତ୍ର କେତେ ଜଳ ଧାରା ଶୋଭା ପାଏ ।


ଜାତି ଜାତି ଫୁଲ ଶୋଭାରେ ଅତୁଳ ରୂପ ସମ୍ଭାର

ଜୁଇ ଜାଇ ହେନା ମାଳତୀ ଶୋଭାର କଳେବର ।


ଆମର କାରିଗରୀ ବୈଷୟିକ ଜ୍ଞାନକଳା ମହାନ

ସଂସ୍କୃତିରେ ଶାଣିତ ଅଟେ ଆମ ବିଦ୍ୟା ଓ ବିଜ୍ଞାନ ।


ମହାକାଶ ଚନ୍ଦ୍ରୟାନ ପ୍ରେରଣେ ଅଦ୍ୱିତୀୟ ଇତିହାସ

ଭାରତ ରଚିଛି ବିଶ୍ଵଦରବାରେ ତାର ନୂଆ ଇତିହାସ ।


ଆମେ ଦେଶର ଅଟୁ ଦାୟାଦ ସନ୍ତାନ ଓ ଭବିଷ୍ୟତ

ସ୍ୱାଧୀନତା ସଂଗ୍ରାମୀ ଉପରୁ କରନ୍ତି ଆଶିଷେ ବିଭୂଷିତ ।


ଆମରି ଲକ୍ଷ୍ୟ, ଦେଶର ପ୍ରଗତି ଓ ବିକାଶ ସାଧନ  

ଜହ୍ନକୁ ଛୁଇଁବା ବେଳ ଆସିଛି ତେଣୁ ଆମେ ଭାଗ୍ୟବାନ ।


ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିୟାନ ଗୋଟିଏ ମାଆର ସନ୍ତାନ 

ଭୂଲି ସାମ୍ପ୍ରଦାୟିକତା ଧର୍ମ ନିରପେକ୍ଷ ସବୁରି ଧର୍ମ ସମାନ।


ଗାନ୍ଧୀ ଗୋପବନ୍ଧୁ ନେହେରୁ ସୁବାଷ ମୁକ୍ତି ଆଣିବା ପାଇଁ 

ସୁଫଳ ଲଭିବୁ, ବିଭିନ୍ନତା ମଧ୍ଯେ ଏକତାର ମନ୍ତ୍ର ଦେଇ ।



Rate this content
Log in

Similar oriya poem from Action