କୃଷକ ର ଦୁଃଖ ଭାବନା ତୀତ
କୃଷକ ର ଦୁଃଖ ଭାବନା ତୀତ
କୃଷକ ର ଦୁଃଖ ଭାବନା ତୀତ
ସହି ଚାଲି ଥାଏ ଅନବରତ ।
ପ୍ରାକୃତିକ ଦୁର୍ବିପାକ ର ଦାଉ
ବହୁ କ୍ଷତି ଆଣି ଖେତେ ସେ ସହୁ ।
ଥାଏ ଦୁଃଖ ଶୋକ ଓ ମନ ତାପ
ଅସହ୍ୟ ବେଦନା ପ୍ରକୃତି କୋପ ।
ବନ୍ୟା , ବାତ୍ୟା ବଢି ମରୁଡ଼ି ପାଇଁ
ଗଭୀର ଆଘାତ ପ୍ରାପ୍ତ ସେ ହୋଇ ।
ମନ , ଦୁଃଖ , ଶୋକ , କୋହ କୁ ଚାପି
ଜ୍ୱଳନ ଦାହ ରେ ହୁଅଇ ରlମ୍ପି ।
କ୍ଷତିଗ୍ରସ୍ତ ହୋଇ ଆତ୍ମ ହତ୍ୟା ରେ
ଚଳି ଯାଏ ଦୁଃଖ ଦୁଶ୍ଚିନ୍ତା ଭlରେ ।
ପ୍ରଭାବିତ କ୍ଷେତ ଜମି ଇତ୍ୟାଦି
ଉଦ୍ଧାର କରଇ କ୍ଷତି ସେ ସହି ।
ସଭିଙ୍କୁ ଯୋଗାଇ ଦିଏ ଆହାର
ଆପେ ଖାଇ ନିରିମମ ପ୍ରହାର ।
ଦୁଃଖ ଓ ଦୁର୍ଦ୍ଦଶା ତା ସହଚର
ହୋଇ ରହି ଥାଏ ଚାଷୀ ର ଚିର ।
ଶୋକ କୋହ ଆଉ କଷଣ ଭାର
ଅନ୍ତର ଯେ କାନ୍ଦୁ ଥାଏ ତାହାର ।
ଆହା କି ବ୍ୟଥା ର ଭlରେ ଆକ୍ରାନ୍ତ
ଜୀବନ ତାହାର ଆଜି ଅଶାନ୍ତ ।
ଋଣ ବୋଝ ବୋହି ଦୁର୍ଦ୍ଦିନେ ଦିନ
ଯାପି ନିତି ନିତି ମନ ଉଚ୍ଛନ୍ନ ।
ପିଲା ଙ୍କୁ ତାହାର ଭଲ ଗଣ୍ଡାଏ
ଖାଇବା , ପିନ୍ଧିବା ପାଇଁ ଖଣ୍ଡିଏ ।
ଭଲ କିଛି କେବେ ପାରେ ନା ଦେଇ
ଆପେ ବି ନ ପାରେ ଗଣ୍ଡାଏ ଖାଇ ।
ଲୁଣ ଭାତ ଶାଗ ଓ ପଖାଳରେ
ଖୁସି ହୋଇ ଲାଗେ ଚାଷ କାମ ରେ ।
ନିତି ଦିନ ଶ୍ରମେ ଥାଏ ସେ ବୁଡି
ଖରା ବର୍ଷା ଶୀତେ , କିଛି ନ ଘୋଡ଼ି ।
ସବୁ ର ଆଘାତ ସହି ନିଅଇ
ପର ମୁଖେ ଥାଏ ଆହାର ଦେଇ ।
ଜ୍ଵର ବା ବାଧିକା ପଡଇ ଯେବେ
ଔଷଧ ଠୁପାଏ ନ ପାଏ କେବେ ।
ଏଣୁ ତେଣୁ ସବୁ ନିଏ ଚାଳlଇ
ଚେର ମୁଳୀ ଖାଇ ଜ୍ଵର ଛଡ଼ାଇ ।
ବାଧିକା ରେ ଚାଷ କାମ ରେ ମାତି
ସହଇ , ବରଷା ଖରା ର ତାତି ।
ବନ୍ୟା ଧୋଇନେଲା ଯଦି ଫସଲ
କରି ନ ପାରଇ ଆଉ ଅମଳ ।
ସୁଝି ନପାରି ସେ ଚାଷୀ ଟି ଋଣ
ଆତ୍ମ ହତ୍ୟା କରି ହାରେ ଜୀବନ ।
କେବେ କେବେ ଅନ୍ୟ ବହୁ କାରଣ
ପାଇଁ କି ସହଇ ସେ ନିଦାରୁଣ ।
ଜ୍ଵାଳା ଯାତନା ଓ ସମସ୍ୟା ଭାର
ଲେଖା ହୋଇ ଥାଏ ଭାଗ୍ୟ ରେ ତାର ।