STORYMIRROR

Amita Dash

Tragedy

3  

Amita Dash

Tragedy

କବିତା ପର୍ବକବିତା ସଂଖ୍ୟା ୧୩

କବିତା ପର୍ବକବିତା ସଂଖ୍ୟା ୧୩

1 min
240


ଟିମ୍ ଟିମ୍ ତାରା ମେଳେ ଲୁଚିବସୁ କୋଉଠି?

କାହା ସହ ଲୁଚକାଳି କାହା ସହ ବସ୍ ର କଣ୍ଡକ୍ଟର ଗିରି।

କେତେ ବେଳେ ପୂବେଇ କେତେବେଳେ ଉତ୍ତରା।

ଦକ୍ଷିଣ ଆକାଶେ ଦିକ୍ ଦିକ୍ ହେଲେ, ପଶ୍ଚିମେ ପୁରା ତୁ ତୋଫା।

ମୋତେ କରିଦେଲୁ ଅଜଣା।

ଅନ୍ଧାରିଆ ଜୀବନରେ ଯେବେ ବସିଥାଏ ଛାତରେ ଏକାକୀ।

ମେଘଫାଙ୍କରୁ ଚାହିଁ ହସିଦେଇ ମୁରୁକି।

ଉର୍ଦ୍ଧ ଶ୍ବାସେ ଉପରକୁ ଦେଲେ ମୁଁ ଅନାଇଁ।

କାକର ବିନ୍ଦୁରୁପେ ଦୁଇ ଟୋପା ଲୁହ ଦେଉ ନିଗାଡି।

କାହିଁ ଛାଡି ଗଲୁ ବନିଲୁ ଆକାଶର ତାରା।

ମୋ ଘର ଚନ୍ଦ୍ରମା ମୋତେ ରୁଷିଗଲା।

କେତେ ସାଙ୍ଗ ମିଳିଲେ, କେତେ ବୁଲା ହେଲା।

ବୁଲିବାକୁ ଯାହାର ମୁକ୍ତ ଆକାଶ ଲୋଡା।

ତା ପାଇଁ ମାଁ ପଣତ ବେଶୀ ଲାଗିଲାନି ଲମ୍ବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy