STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

## ଅମାବାସ୍ୟା ##

## ଅମାବାସ୍ୟା ##

1 min
224

ନହୁଲି ସ୍ୱପ୍ନର ଫୁଲ ଚାଙ୍ଗୁଡ଼ିରେ

   ଅସୁମାରି ଆଶା ନେଇ

ଅମାବାସ୍ୟା ରାତି ଭୟ ଆଞ୍ଜୁଳିରେ

   ପ୍ରିୟାକୁ ହୃଦେ ଖୋଜଇ ।।

ମହ ମହ ବାସ୍ନା ସ୍ମୃତି ଫରୁଆରେ

   ଭାସି ଆସଇ ସନ୍ଧ୍ୟାରେ

ସାଥୀ ସହ ପ୍ରୀତି ଯେତେ ଅନୁଭୂତି 

   ନିବିଡ ନିଶା ଅନ୍ଧାରେ ।।

ଅମାବାସ୍ୟା ରାତି ଅଟେ ଆମ ସାକ୍ଷୀ

     ପ୍ରଥମ ମିଳନ ସ୍ମୃତି 

ବସିଥିଲେ ଦୁହେଁ ଅତି ଏକାନ୍ତରେ

    ନ ରଖି ମନରେ ଭୀତି ।।

କେତେଥର ମୋର ମନେଥିବା ଦୁଃଖ

   କହିଛି ଖୋଲି ଜହ୍ନକୁ 

ଅମାବାସ୍ୟା କଥା  କହି ଠକି ଦିଏ

   ନିଏନା ପ୍ରିୟା ପାଖକୁ ।।

ଫିକା  ପଡ଼ିଲାଣି  ପୁରୁଣା  ଦିନର 

    ଅଭୁଳା ଅଲିଭା ସ୍ୱପ୍ନ

ଜୀବନରେ ମୋର ଖାଲି ନିଃସଙ୍ଗତା

   ଚିନ୍ତାରେ ରହୁଛି ମଗ୍ନ ।।

ଅମାବାସ୍ୟା ଆକାଶେ ଖୋଜୁଅଛି ମୁଁ

   ପୂନେଇ ରାତିର ଜହ୍ନ 

ପ୍ରେମ ପ୍ରତୀକ୍ଷାରେ ଅସରନ୍ତି ଲାଗେ 

   ଅମା ଅନ୍ଧାରର ଦିନ ।।

ଅମାବାସ୍ୟା ତୁମେ  ନ ହୁଅ ନିର୍ଦୟ

    କରିଦିଅ ଯୋଗଜନ୍ମା 

ତୁମ ପାଖେ ଆଜି ଏହି କଥା ଦେଲି

   ହୋଇଯିବି ପ୍ରୀତିପଦ୍ମା ।।



Rate this content
Log in

Similar oriya poem from Tragedy