ଅମାବାସ୍ୟା
ଅମାବାସ୍ୟା
ସବୁ ଅନ୍ଧାରକୁ ସାଉଁଟିନେଇ-
ମୋ'ଭିତରେ ସାଇତି ରଖିଛି;
ତୁମ ଯେତେ ପାପ-କାଳିମାକୁ,
ମଥାନତେ ଜଡେଇଧରିଛି:
କଳଙ୍କଟେ ସାଜି....
ଅପବାଦେ ନିରତେ ମରୁଛି ।।
ସବୁ ଖୁସିଯାକ ବାଣ୍ଟିଦେଇ-
ଲୁହର ଗରଳ ପିଇଛି;
ତୁମ ଯେତେ ଦୁଃଖ ଯାତନାକୁ,
ମୋ'ହୄଦୟେ ଜାବୁଡ଼ି ନେଇଛି:
ପଥରଟେ ସାଜି....
ବଞ୍ଚିବାର ରାହାଟେ ଖୋଜୁଛି ।।
ସବୁ ଅପନିନ୍ଦାକୁ ସହିଯାଇ-
ନିରବରେ ତପସ୍ୟା କରିଛି;
ତୁମ ଯେତେ ଦୁର୍ଦ୍ଦଶାର ଦୂର ପାଇଁ,
ବିଭୁପଦେ ମିନତି କରିଛି:
ଅମାବାସ୍ୟାଟେ ସାଜି....
ପୁଣିଥରେ ଜହ୍ନକୁ ଡାକୁଛି ।।