Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Abstract

4  

Jashobant Pattanayak

Abstract

ଶୁଖିଲାପତ୍ର

ଶୁଖିଲାପତ୍ର

1 min
200



ପାହାନ୍ତାର କଳାଘୁମର ଆକାଶେ

ଯେବେ ସିନ୍ଦୂରା ଫାଟେ,

ନୂଆ ସକାଳର ସୁନେଲି ଆଭାରେ

ଘନ ଅନ୍ଧାର ହଟେ -

ଅଙ୍ଗେ ଅଙ୍ଗେ ଖେଳେ ଚପଳାଚମକ

ଦେହେ ଶିହରଣ ଛୁଟେ,

ସୂରୁଜର ସେଇ ପହିଲି ଛୁଆଁରେ

ଶିରାରେ ଶକତି ଫୁଟେ ।।


ଗୋଲାପି ରଙ୍ଗ ମୋ' ଧିରେ ଧିରେ ହଜେ

ସବୁଜରଙ୍ଗର ପୁଟେ,

ଶୀତଳ ପରଶ ଉଷୁମ ପରଷେ

ସମୟର ଶକ୍ତଛାଟେ -

ଚାଇଁଚାଇଁ ଲାଗେ ଆପଣାର ଛାଟ

ଝାଇଁଖରା ଭାରି କାଟେ,

ଆଶା ଜଳିଯାଏ ଈର୍ଷାର ଜୁଇରେ

ସଂପର୍କର ଡୋର ତୁଟେ ।।


ସବୁଜିମା ଶୀରି ଆସେ ଯେବେ ସରି

ବାଣ୍ଟିବାଣ୍ଟି କର୍ମହାଟେ,

ଆୟୂଷ ଚୋରାଏ ଯଉବନ ରଙ୍ଗ

ଜୀବନର ଶେଷ ଘାଟେ -

ଦଲକାଏ ବାଆ ଦୁଲୁକାଏ ଛାତି

ଝଡ଼ର ଅମଡାବାଟେ,

ଆଖିଲୁହ ନେଇ ନୀରବରେ ଝଡେ

ମୁଁ...ଏକ *"ଶୁଖିଲାପତ୍ରଟେ"* ।।


 


Rate this content
Log in

Similar oriya poem from Abstract