STORYMIRROR

Goutam Mohanty

Abstract Tragedy Inspirational

3  

Goutam Mohanty

Abstract Tragedy Inspirational

1999 ଆଜିର ତାରିଖରେ ମହାବାତ୍ୟା

1999 ଆଜିର ତାରିଖରେ ମହାବାତ୍ୟା

1 min
240


ତମେ ଥିଲ ନାଁ ସେଇ କରାଳ 'ମହାବାତ୍ୟା' 

ଉଣେଇଶ ଅନେଶତ ର ଅପ ଦେବତା 

କଳ ବଳ ଛଳ ବାୟୁ ଚକ୍ରବାତ ଧରି 

ବିଭୀଷିକା ରଚିଲ ସୃଷ୍ଟି କୁ ଅବଜ୍ଞା କରି ll


କେମିତି ସହିଲେ ତମକୁ ବିଶ୍ୱ ବିଧାତା 

କାହିଁକି ରୁନ୍ଧି ଦେଲେ ନାହିଁ ତମର ରାସ୍ତା 

ଉନ୍ମତ୍ତ ଦାନଵ ସତ୍ତା ହେଲା ଭୟଙ୍କର 

ଘଣ୍ଟା ଘଣ୍ଟା ଧରି କଲା କେତେ ନାରଖାର ll


କାଳେ କାଳେ ତ ସତ୍ୟ ଓ ଧର୍ମ ର ବିଜୟ 

ଅନ୍ୟାୟ ଅସତ୍ୟ ଦୈତ୍ୟ ର ହୁଏ ବିଲୟ 

ତାହେଲେ ମିଳିଲା କେମିତି ତମକୁ ଶକ୍ତି 

ଦୀର୍ଘକାଳ ହେଲା ଖଣ୍ଡ ପ୍ରଳୟ ରାଜୁତି? ll


ଗୀତା ବାଣୀ କେବେ ବି ତ ନହେବ ନିଷ୍ଫଳ 

ସବୁ କିଛି କ୍ରିୟା ପ୍ରତିକ୍ରିୟା କର୍ମ ଫଳ 

ତାହେଲେ କଣ ଥିଲା ପ୍ରାଣୀ ର କ୍ରିୟା କର୍ମ 

ଯାହାପାଇଁ ଧ୍ଵଂସ୍ତ ଵିଧ୍ଵଂସ୍ତ ଉତ୍କଳ ଧାମ ll


ମହାବାତ୍ୟା ମୁଁ କହୁଛି: ମନ ଦେଇ ଶୁଣ 

ସୃଷ୍ଟି ରେ 'କାନ୍ତ ଓ ଭୀମ' ନୁହେଁ ଅକାରଣ 

'ଜଗା ବଳିଆ ଧାମ' ରେ ଲୀଳା ପାଶବିକ

ଧର୍ମ ନାମେ ଜୀବନ୍ତ ଦଗ୍ଧ କଲ ବାଳକ ll


'ଷ୍ଟେନ୍ସ ପରିବାର' କୁ କରିଦେଲ ଉଚ୍ଛନ୍ନ 

ପତ୍ନୀ ସମ୍ମୁଖେ ପତି ପୁତ୍ର କଲ ନିଧନ 

ଉତ୍କଳୀୟ ଧର୍ମ ଭୂମି: ଡିଣ୍ଡିମ ପିଟୁଛ 

ହତ୍ୟା କରି ଖସିଯିବ, କେମିତି ଭାବୁଛ? ll


ମନେ ପକାଅ ଏବେ ସେ ବର୍ଷ ଅପକର୍ମ 

'ସତ୍ୟ-ନ୍ୟାୟ-ଦୟା-କରୁଣା' ହୀନ ନିର୍ମମ 

କ୍ରିୟା ର ପ୍ରତିକ୍ରିୟା ତ ନିଶ୍ଚିତ ଫଳିବ 

ଵିଧି ର ମହାକାଳ: ମୁଁ ରଚିଲି ତାଣ୍ଡବ ll


ଗାଳି ଦିଅ ଭଲ ପାଅ, ଯାଏ ଆସେ ନାହିଁ 

ସ୍ମୃତିରେ ରହିବି: ମୁଁ 'ବିଭୁ ଚେତନା' ହୋଇ 

ଭଲ କର୍ମ ଭଲ ଫଳ: ଶୀଘ୍ର ବା ବିଳମ୍ବ 

ନହେଲେ ମହାବାତ୍ୟା କରିବ ହତବମ୍ଭ! ll



Rate this content
Log in

Similar oriya poem from Abstract