ଅମାବାସ୍ୟା କାଦମ୍ବରୀ ମହାଖୁଡ଼
ଅମାବାସ୍ୟା କାଦମ୍ବରୀ ମହାଖୁଡ଼
ବିନା ଚାନ୍ଦେ ଆସୁ
କଳା ଅନ୍ଧାର ତୁ ଢ଼ାଙ୍କି
ବିନା ଚାନ୍ଦେ ତୋକୋଳେ
ତାରା ବି ଆସନ୍ତି ବସି ||
" ତୁ ଅମାବାସ୍ୟା ରାତି "
କାହା ପାଇଁ ସାଜୁ
ଶୁଭ ଦୀପାବଳି
କାହା ପାଇଁ ସାଜୁ
ଜନ୍ମ ଅଶୁଭର ରାତି ||
" ତୁ ଅମାବାସ୍ୟା ରାତି "
ଦେଖି ତୋର ଏଇ
କଳାର ଆକାଶ
ପଦ୍ମ ବି ବସିଛି ରୁଷି |
ଆଉ ବଡ ଦେଉଳରେ
ପୂଜା ବି ତୋର
ଚି଼ତାଲାଗି ଅମାବାସ୍ୟାଟିଏ ସାଜି ||
ସତେ ଚାନ୍ଦ କି ଖେଳୁଛି
ଆଜି ଲୁଚ କାଳୀ
ତୁ ମୁରୁକି ହସୁଛୁ ବସି ||
" ତ
ୁ ଅମାବାସ୍ୟା ରାତି "
ପୃଥିବୀ ଘୁରୁଛି, ଚନ୍ଦ୍ରମା ଘୁରୁଛି
ହେଲେ ବୁଝୁ ନାହିଁ ପ୍ରିୟମନ
ବିନା ଚାନ୍ଦେ ଦୂରେ
ସେ ପ୍ରିୟା ବି ଖୋଜୁଛି
ଜହ୍ନ କୁ ନ ପାଇ
ଆଜି ହୁଏ ଅମାନିଆ ମନ
ଆଜି ହୁଏ ଅମାନିଆ ମନ
ଅମାବାସ୍ୟା ତୋର
ବିଶାଳ ଅନ୍ଧାର
ସଂସାର ର ସାଜୁ
ଅଭିଶପ୍ତର ଏ ରାତି
ତୁ ଅମାବସ୍ୟା ରାତି
ତଥାବି ସହି ତୁ
ମାସର ଅଧାରେ
ତାରାଙ୍କର ସାଥେ
ଆସୁ ଝଟକି ||
" ତୁ ଅମାବାସ୍ୟା ରାତି
ତୁ ଅମାବାସ୍ୟାର ରାତି ...