STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଜୁଆର ଭଟ୍ଟା

ଜୁଆର ଭଟ୍ଟା

1 min
396

ତୁମ ନାମ ଲେଖିଥିଲି,

ସାଗର କୂଳରେ ବାଲୁକା ଶଯ୍ୟାରେ,

ଖୁସିରେ ତୁମର ହାତ ଧରି ଟାଣି ଆଣିଥିଲି,

ତୁମେ ଦେଖିବ ବୋଲି..!!


ହେଲେ ଶୁଖିଗଲା ମୋ ମନ,

ହୃଦୟ ଭିତରେ ଖୁସୀର ଜୁଆରେ,

ପଡ଼ିଗଲା ଦୁଃଖର ଭଟ୍ଟା,

ଧୋଇ ନେଇ ଯାଇଥିଲା ତୁମ ନାମ,

ସେଇ ନିଷ୍ଠୁର ସାଗରର ଢେଉ..!!


ମନକୁ ବୁଝାଇ ପଛକୁ ଫେରି ଦେଖେ ତ,

ତୁମେ ବି ଅପସରି ଯାଇଛ ମୋ ହାତ ମୁଠାରୁ,

ଆଉ କେଉଁ ଏକ ଜୁଆରର ପ୍ରେମ ଭରା ଡାକରେ,

ଏକ ନୂତନ ସମ୍ପର୍କର ଡାକରେ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy