Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Abstract Tragedy Others

3  

Disambar Meher

Abstract Tragedy Others

ପଶ୍ନ......

ପଶ୍ନ......

1 min
261



ଅନେକ ପ୍ରଶ୍ନ ଉଙ୍କି ମାରେ  

କିନ୍ତୁ ଉତ୍ତର ପାଏନି ମୁଁ ।

ସମସ୍ତେ ଦିଅନ୍ତି ଭିନ୍ନ ଭିନ୍ନ ମତ

ବୁଝେନି ସେ ସବୁ ମୋ ମନକୁ ।


ସମାଜରେ ରହିଛି କାହିଁକି ଜାତିଭେଦ? 

ରକ୍ତ ରେ ଲେଖାଅଛି କି ଜାତି ନାଁ?

ଭୋକରେ ଅହୁଡୁ ପାଉଟୁ ଲୋକେ

 କାହିଁକି ଛୁଆ ବିକେ ମାଁ ?


ଦରିଦ୍ର କୁ ଘୃଣା କାହିଁକି ?

ସେ ବି ତ ମଣିଷ 

ସଭିଁଙ୍କ ମୁହଁରେ ମୋ ଗୋଟିଏ ପରିଚୟ

ଦରିଦ୍ର...... ଦରିଦ୍ର.. ଦରିଦ୍ର...


ସେ ନିଜକୁ ପଚାରେ

ଦରିଦ୍ର ନାଁ କିଏ ଦେଲା?

କାହିଁକି ଦେଲା ଏ ନାଁ ?

ମୁଁ ବି ତ ରକ୍ତ ମାଂସର ମଣିଷ ।


ଭୋକ ଦୁଇଟି ଶବ୍ଦ

ଯନ୍ତ୍ରଣା ତା କେତେ?

ଦୁଇ ଖଣ୍ଡ ଶୁଖା ରୁଟି ପାଇଲେ

ଖୁସିର ସୀମା କେତେ?


କେତେ ପ୍ରଶ୍ନ, କେତେ ପରିସ୍ଥିତି

ସବୁ ସହିଛି ,ସହିବ ଏ ଛାତି 

ନିରୁତ୍ତର ସମାଜକୁ କରୁଛି ପ୍ରଶ୍ନ

ଉତ୍ତର ଅପେକ୍ଷା ରେ ବସିଛି ତଥାପି ?



Rate this content
Log in

Similar oriya poem from Abstract