STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

କବିତା ପର୍ବକବିତା ସଂଖ୍ୟା ୧୦ଶୀତ

କବିତା ପର୍ବକବିତା ସଂଖ୍ୟା ୧୦ଶୀତ

1 min
167


ପୁଷ ଶୀତ ର ପାଚିଲା ଧାନ ଖେତ।

ଧରଣୀ ରାଣୀ ପିନ୍ଧିଚି କୁମ୍ଭପକା ସୁନେଲି ପାଟ।

କାଠୁଆ ଶୀତର ହାଣ୍ଡଭଙ୍ଗା ଜାଡ

ଥରୁଛି ଉତ୍ତର ଭାରତ, ଥରୁଛି ପୁରପଲ୍ଲୀ ଗ୍ରାମଠୁ ସହର।

ଥରୁଛି କି ଚାଷୀ ଶରୀର?

ଦେହରେ ନାହିଁ ମୋଟା ଚାଦର।

ଖୋର୍ଦ୍ଧା ନାଲି ଗାମୁଛା ଖଣ୍ଡେ ତାର ସମ୍ବଳ।

ବିଣ୍ଡି ଭର୍ତ୍ତି ଖାଲି ପାଦରେ ଧାଇଁ ଚିଧାନଖେତର।

ଦିଟୋପା ବର୍ଷା ଉଜାଡି ଦେବତା ସୁଖ ସଂସାର।

ପାରଦ ତିନି ଡିଗ୍ରୀ ହଉ କି ୟେଲୋ ୱର୍ଣୀ,ଖବର ଜଣାଥିବନା ଚାଷୀ କୁଳର।

କେମିତି ଧାନ ଆଦାୟ ହୋଇ ଖଳାକୁ ଆସିବ।

ରାତି, ଦିନ ଚିନ୍ତା ତାର।

ବେଳ କାଇଁ କମ୍ବଳ ଘୋଡିହୋଇ, ନିଆଁ ପୁଆଇ ଶୀତର ବିସ୍ତୃତ ବିବରଣୀ ଶୁଣିବ।

ଝିପିଝିପି ବର୍ଷାକୁ କୋହଲିଆ ପାଗ।

କୋଲପି ମାରିଯାଏ ଗୋଡହାତ।

ଫୁଟ ପାଥଉପରେ ଗଦା ହୋଇଛି ତା ବର୍ଷକ ପରିଶ୍ରମର ଫଳ।

ପାଲଖଣ୍ଡେ ଘୋଡିହୋଇ ଜଗିଚି ପାଇବ ତା ମୂଲ।

ଥଣ୍ଡା କାକରରେ ରାତିସାରା ଲଣ୍ଠନଟିଏ ଧରି ବନିଚି ଚଉକିଦାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy