କବିତା ପର୍ବ : ଗୀତି-କବିତା-19 : ବୋଝ : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : ଗୀତି-କବିତା-19 : ବୋଝ : -ଡକ୍ଟର କୃତ୍ତିବାସ ନାୟକ
ଜୀବନଟା ମୋର ବୋଝ ପରି ଲାଗେ ଚାଲେ କୋହଭରା ବୁକେ,
ପାନ୍ଥଶାଳାର କ୍ଲାନ୍ତ ପଥିକ ଶ୍ରାନ୍ତ ହୃଦୟେ ଡାକେ |(0)
ନିଦାରୁଣ ଏଇ ତପ୍ତ ଧରଣୀ ମୋ ପାଇଁ ଅସହ୍ୟ ହୁଏ ,
ଜୀବନ୍ତ ଶବକୁ କାନ୍ଧରେ ଥୋଇ ମୁଁ ନିଜେ ନିଜେ ବୋହିନିଏ |
ଅସରନ୍ତି ରାସ୍ତା ଶେଷ ନାହିଁ ତା'ର କେବେ ଚାଲେ କେବେ ଥକେ |
ଜୀବନଟା ମୋର ବୋଝ ପରି ଲାଗେ ଚାଲେ କୋହଭରା ବୁକେ | (1)
ନିଲଠା ଫଗୁଣ ଫେରିଗଲା ସିନା ସାଥେ ନେଇ ପୁଷ୍ପଧନୁ,
ବର୍ଷଣ ରାତି ବଇରୀ ସାଜିଲା ପତ୍ର କଅଁଳିଲା ଦିନୁ |
କଣ୍ଟକିତ ଲାଗେ ମଳୟ ପବନ ମଧୁ ପିଇ ତଣ୍ଟି ଶୁଖେ |
ଜୀବନଟା ମୋର ବୋଝ ପରି ଲାଗେ ଚାଲେ କୋହଭରା ବୁକେ | (2)

