STORYMIRROR

Trushna Das

Abstract Tragedy

3  

Trushna Das

Abstract Tragedy

ଶୀତରେ ପୁଲକିତ

ଶୀତରେ ପୁଲକିତ

1 min
277

ପ୍ରତାରଣା ପ୍ରେମର

ହୋଇଛି ଉତ୍ତାପ

ଦେହ, ପ୍ରାଣ, ମନ ମୋର

ବ୍ୟତିବ୍ୟସ୍ତ ହେଉଛି ଜୀବନ ମୋର ।।


ଜଳୁଛି ମୋର ମନ ପ୍ରାଣ 

ପାଇ ପ୍ରତାରଣା ତୁମର 

ଭାବୁଥିଲି ତୁମକୁ ମୋ ନିଜର 

ତୁମେ ଯେ ହେଲ ସାତ ପର ।। 


ଜାଣିନାହିଁ କେମିତି ଏ ନିଆଁ ଲିଭିବ

ପାଇବି କି ନାହିଁ ଜଳ ପ୍ରେମର ?

ଆସିବ କି ପୁଣି ମୋ ଜୀବନେ ଶୀତଳ ପବନ

ହୋଇବ କି ମୋର ଜୀବନ ଆଉ ଶୀତରେ ପୁଲକିତ ।। 


ଅପେକ୍ଷା କରିଛି ପାଇବାକୁ ସେ ଶୀତ

ଯାହା ଆଣିଦେବ ମୋ ଜୀବନରେ ଲହରୀ ଖୁସିର 

ନ ଥିବ ମୋ ଜୀବନେ ଆଉ ଅବକାଶ 

ହୋଇ ପୁଣି ଶୀତରେ ପୁଲକିତ ଏ ଜୀବନ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract