ଲୁହ
ଲୁହ
କିଛି ଲୁହ କଥା କୁହେ
ଅଶ୍ରୁଳ ଚକ୍ଷୁରେ
କିଛି ପୁଣି ହଜିଯାଏ
ସମୟ ସ୍ରୋତରେ
କିଛି ଲୁହ ବହିଯାଏ
ଏକାନ୍ତ ରାତିରେ
କିଛି ଲୁହ ଶୁଖିଯାଏ
ନିଦ୍ରାର କୋଳରେ
କିଛି ଲୁହ
ଆଣିଦିଏ ନୂତନ ଆରମ୍ଭ
କିଛି ଲୁହ କାହା ପାଇଁ
ଧ୍ୱଂସର ପ୍ରତୀକ
ରହସ୍ୟ ଯେ ଥାଏ ଲୁଚି
ପ୍ରତି ଲୁହର ବିନ୍ଦୁରେ
କେବେ ସେ କହିଯାଏ ମନର ବେଦନା
ତ କେବେ ବହିଯାଏ ଉଲ୍ଲାସ ଲହରେ l