STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ଲୁହ

ଲୁହ

1 min
272

ତୁମ ଭଳି ଆଉ ଏଇ ମୋ ଜୀବନେ

ଆଉ କେହି ନୁହେଁ ଏତେ ଆପଣାର

ତୁମେ କିନ୍ତୁ ମୋର ସଖା ସହୋଦର

ମୋ ସାଥେ ରହିଛ ନିିିରନ୍ତର।


ଯିଏ ବି ଆସିଛି ବେଳାଏ ଓଳିଏ

ପୁଣି ଛାଡିଛନ୍ତି ହାତ

ତୁମେ କିନ୍ତୁ ମୋର ସାଥେ ସାଥେ ରହି

ଦେଖାଇଛ ମୋତେ ପଥ ।


ଭାଙ୍ଗିିିପଡେ ଯେଵେ ଚାଲୁ ଚାଲୁ ବାଟ

ତୁମ ଧାର ହୋଇ ବହିିିଯାଅ 

ତୁମର ସେ ପବିତ୍ର ଜଳରେ ନିିିମିଷକ ପାଇଁ

ଦୁଃଖ ମୋର ଧୋଇ ଦିିିଅ ।


ପ୍ରେମ ଅଶ୍ରୁ ହୋଇ କେବେ ତୁମେ ବୁୁୁହ

ହୃଦେ ଭରିଦିଅ ଖୁସି

ତୁମ ବିିିନା ନାହିଁ ଜୀବନର ମୂଲ୍ୟ

ତୁମେ ପରା ବାରମାସି ।


ସୁଖ ଦୁୁଃଖର ଏ ଅଳିକ ସଂସାର

ସୁଖ ଦି ଦିନ କୁଣିିିଆ

କେତେବେଳେ ଆସେ କେତେବେଳେ ଯାଏ

ହୃଦୟେ ଲଗେଇ ନିଆଁ ।


ତୁମେ କିନ୍ତୁ ଥାଅ ସାଥେ ସାଥେ ମୋର

ହୋଇ ମୋ ହୃଦୟ ବନ୍ଧୁ

ସୁଖରେ ହେଉ କି ଦୁୁଃଖରେ ହେଉ

ମୋ ନୟନ କୋଣୁ ପଡୁୁୁଥାଅ ଖସି

ଲୁହର ରୂପରେ ମୁକ୍ତାର ବିିନ୍ଦୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy