Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ଅମୂଲ୍ୟ ଜୀବନ ହାରିବ

ଅମୂଲ୍ୟ ଜୀବନ ହାରିବ

1 min
215



ଧର୍ଷଣ କରି ଇଜ୍ଜତ ଦାର ସେ ବୋଲାଏ

  ଧର୍ଷଣ ଯେ ହୋଇଲା

କଳଙ୍କିନି ପୋଡ଼ା ମୁହିଁ ଘୃଣାର ପାତ୍ର

   ସବୁ ତା ଭାଗ୍ୟେ ପଡିଲା !


ଖସି ଗଲା ପାଦ ତଳକୁ ତଳକୁ

 ଲେଉଟି ଆସେନା ସେତ

କଳଙ୍କିତ ଏଇ ସମାଜର ଛବି

 ଇତିହାସ ହୋଇ ଯିବତ।।

     

ଉତ୍ତର୍ଶ୍ୱରୀଏ ପଚାରିବେ ଯେବେ

    କି ଉତ୍ତର ଦେବା କୁହତ

ଖୋଲିଦେବା ଯଦି ସବୁ ସତ କଥା

    ରହିବକି ମାନ ମହତ।।

     

ଲାଗେଯେତେ ଦୁଃଖ ଆସେ ସେତେ କ୍ଷୋଭ

    ପ୍ରମାଣିତ କିଆଁ ହେଉଛି

ନାରୀଟି ଅବଳା ଦୁର୍ବଳତା ଟିଏ କହି

    ତାର କି ପରିଚୟ ରହିଛି?

    

କେତେ ବେଳେ ପଣ୍ୟ ଅବା ଉପଭୋଗ

   କିଏ ଝୁଣି ଝୁଣି ଖାଉଛି

କାହିଁକି ଶକତି ସାହସ ହରାଇ ନାରୀଟିଏ

  ଏତେ ହୀନ ବଳ ହେଉଛି !

   

ଏଇ ପୃଥିବୀଟା ନରର ଯେତିକି ଅଧିକାର

   ନାରୀର ତାଠାରୁ ଅଧିକ

ଏଇଟିକେ କଥା ବୁଝିବ"ସେ"କେବେ

   ନିଜେ ନିଜର ହେବ ରକ୍ଷକ!!!

    

ମୃତ୍ୟୁ ନୁହେଁ ତ ଜିଇଁବା ଠିକଣା ଜୀବନର

   ସେ ବି ମୁଣ୍ଡ ଟେକି ବଞ୍ଚିବ

ଅପରାଧି ନୁହେଁ କାହିଁକି ସେ ତାର ଏଡ଼େ

   ଅମୁଲ୍ୟ ଜୀବନ ହାରିବ!

   ‎   



Rate this content
Log in

Similar oriya poem from Tragedy