STORYMIRROR

Banasmita Panda

Tragedy

3  

Banasmita Panda

Tragedy

ଆକାଶ

ଆକାଶ

1 min
183


କଣ ଦେଖୁଛି 

ପଚାରେ ମୋତେ 

ଅନେକ ଥର ମୋ ଏକାନ୍ତ 

ଏଇ ନୀଳ ଆକାଶକୁ 

ଖୁବ୍ ନିବିଡ ସମ୍ପର୍କ ଆମର 

ଏହାର ବିଶାଳତାକୁ ମୁଁ ମାପେ 

ମୋ ଛାତିର କ୍ଷମତା ସହ 

ଏହାର ବାଦଲ ସହ ମୋର ଲଢେଇ 

ମୋ ଆଖିର ଲୁହ ସହ କାହିଁକି ତାର ବର୍ଷାର ଆଗମନ 

ସୂର୍ଯ୍ୟର ସ୍ଵର୍ଣ କିରଣ ସହ ତାର ସୌନ୍ଦର୍ଯ୍ୟ 

ମୋତେ ଲଜ୍ଜିତ କରେ ମୋର କ୍ଷଣସ୍ଥାୟୀ ଯୌବନ 

ଚୁରମାର ହୋଇଯାଏ ମୋ ଅହଂକାର 

ମୁଁ ଚିଲାଏ, ତଥାପି ସେ ଶାନ୍ତ 

ମୋର ପ୍ରତିଟି ପ୍ରତିକ୍ରିୟା ମୋତେ 

ଉତ୍ତର ଦିଏ ତାର ମହାନ ସଂଜ୍ଞା ସହ 

ପ୍ରକୃତିର କାନେ କାନେ ମୁଁ କୁହେ 

ବଦଳିନି ଏ ସାମୟିକ ପ୍ରେମରେ 

ସେ କି ଶୁଣେ, ପଡ଼ିଯାଏ ତା ମାୟା ଜାଲରେ 

ପ୍ରତିଟି ଋତୁ ସେ ଉପଭୋଗ କରେ 

ତାରି କୋଳେ କୋଳେ ପ୍ରକୃତି ନାଚେ 

ମୁଁ ସେଇ ଗୋଟାଏ ଋତୁରେ ରହିଯାଏ ଏକାନ୍ତରେ 

ଗୋଧୂଳିର ରକ୍ତିମ ବିଛୁରିତ ହୂଏ 

ସାରା ପୃଥିବୀ ସଜ୍ଜିତ ହୋଇ ଉଠଇ 

ତଥାପି ମୁଁ କଇଁ ପରି ଆଶା ବାନ୍ଧି ଅନାଏ 

ସେଇ ପୂର୍ଣ୍ଣମୀର ଚାନ୍ଦକୁ, 

ଟିକି ଟିକି ଅଳଙ୍କାର ସଦୃଶ ତାରା ଗୁଡିକୁ 

ପ୍ରେମଭରା ହୃଦୟରେ ଭରିଯାଏ 

ଅନେକ କ୍ଷତାକ୍ତ କୋହ 

କେବେ କେବେ ନିଜକୁ ନିଜେ ବୁଝାଇ ଦିଏ 

ତା ବିଶାଳ ହୃଦୟକୁ ଦେଖି 

ସୂର୍ଯ୍ୟର ପ୍ରଥମ କିରଣ ଆକାଶ କୋଳେ 

ଶୈଶବ ଖେଳେ 

ଦିପହରେ ଯୌବନ ବାନ୍ଧେ ଭରଷା 

ଆଗେଇ ଚାଲିଯିବାକୁ ସପନ ଭରେ 

ଏହି ଆକାଶ ତଳେ 

ଗୋଧୂଳିର ଅସ୍ତ କିରଣ 

ମୋ ଭିତରେ ଭରିଦିଏ ଅନେକ ସ୍ମୃତି 

ସେଇ ସ୍ମୃତିର ଛାଇ ତଳେ 

ରାତ୍ରୀର ଆକାଶେ ଜହ୍ନ, ତାରାଙ୍କ ମେଳେ 

ଏକାନ୍ତ ମୋତେ କହିଯାଏ ମୋତେ ବଞ୍ଚିବାକୁ ହେବ 

ଏହି ଆକାଶ ନାମକ ଜୀବନ ତlଳେ. 



Rate this content
Log in

Similar oriya poem from Tragedy