Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ହେ କଳା ଠାକୁର

ହେ କଳା ଠାକୁର

1 min
161



ହେ କଳା ଠାକୁର କି ବିସ୍ମୟ ତୁମେ

     କେଉଁ ରୂପେ କେଉଁ ନାମ

ଦେଖି ପାରେ ନାହିଁ ଆଦି ଅନ୍ତ ତୁମ

      ବିଚିତ୍ର ହେ ଦାରୁବ୍ରହ୍ମ।


ଧରିତ୍ରୀ ଉପରେ ଆକାଶ ଖଞ୍ଜିଛ

       ସୂର୍ଯ୍ୟ ଚନ୍ଦ୍ର ତାରା ଦେଇ

ଦିନ ରାତି ସୃଷ୍ଟି ଆମରି ପାଇଁକି

       ଜନମ ମରଣ ନେଇ।


ମରତରେ ସ୍ତାପି କେତେ ଗିରି ବନ

       ଝରଣାରେ ଦେଇ ଜଳ

ଫୁଲରେ ଭରିଛ କେତେ ଯେ ମହକ

       ସାଗରେ ଦେଇ ଫେନିଳ।


ଇନ୍ଦ୍ରଧନୁ ଠାରେ ଦେଲ ସାତ ରଙ୍ଗ

       ନାହିଁ ତ ତାର ଉପମା

ବୃକ୍ଷରେ ଦେଇଛ କେତେ କେତେ ଫଳ

       ବାନାନୀରେ ସବୁଜିମା।


ହେ କଳା ଠାକୁର ତୁମରି ପୟରେ

       ଦଣ୍ଡବତ କୋଟି କୋଟି

ତୁମ ଗଢା ଧରା ତୁମରି ପରଶେ

       ଯାଉ ମୋ ଜୀବନ ଲୋଟି.।


Rate this content
Log in

Similar oriya poem from Action