ମେଘ ମହ୍ଲାର
ମେଘ ମହ୍ଲାର
ମୌସୁମୀ ବର୍ଷା ଆଗମେ ଧରାରେ
ଖେଳାଇ ମେଘ ମହ୍ଲାର
ବାରିଦ ରୋଷଣୀ ଟାଣି ଦେଇଥାନ୍ତି
ମେଘ ମାଳା ଆକାଶର ।
କୋଳେ ଶୋଭା ପାଇଥାଏ
ଦିଶେ ମନମୁଗ୍ଧକର
ଆହା କି ଆନନ୍ଦ ଉଲ୍ଲାସ ମଧ୍ୟରେ
ଛୁଟାଇ ମେଘ ମହ୍ଲାର ।
ସୌନ୍ଦର୍ଯ୍ୟ ମଣ୍ଡିତ ବେଶ ବାସ ସାଜି
ଉଠି ଶୁଷ୍କ ତରୁ ତୃଣ
ସବୁଜ ରଙ୍ଗରେ ରଙ୍ଗାୟିତ କରେ
ବନଭୂମି ଗୁଳ୍ମ ଘନ ।
କେଦାର କାନନ ପର୍ବତେ ଚହଟେ
ମୌସୁମୀ ଜଳବାୟୁରେ
ଚାଷ ଆରମ୍ଭଇ ଚାଷୀ ଖୁସି ହୋଇ
ମେଘ ମହ୍ଲାର ସ୍ୱରେ ।

