Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Others

3  

Sunanda Mohanty

Action Classics Others

ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

1 min
183



ରୂପ ତୁମ ପାରିଜାତ ହସ ତୁମ ପଞ୍ଚାମୃତ

ହେ ଜଗତର ନାଥ

ହସରେ କୋଇଲି କୁହୁ ଆଖିରେ ମିଠା ମହୁ

ହେ ପଥ ପାଥେୟ ସତ୍ୟ ll

ଗମ୍ଭୀରାରେ ରହି ଭକ୍ତର ଗୁହାରୀ ଶୁଣ ହରି

ହେ ମଧୁସୂଦନ ତାତ

ରତ୍ନ ସିଂହାସନେ ଥାଇ ଜନ୍ମବେଦୀ ଭଜୁଥାଇ

ହେ ଚକାଆନୟନ ନିତ୍ୟ ll

ଅଗତିର ଗତି ଭକ୍ତ ଭାବ ଭକ୍ତି ଡୋର ଶକ୍ତି

କୈବଲ୍ୟ କଣିକା ଭୋଜନେ ତୃପ୍ତ

ଗରବ ଗଞ୍ଜନ ହେ ମଧୁସୂଦନ କେବେ ରାମରୂପେ

ଦିଅ ପ୍ରଶାନ୍ତି ଅମୃତ ll

ଗୋପ ପୁରେ ନନ୍ଦ ରାଜା ଘରେ ଗୋପାଳ ରୂପେ

ମନ ହୃଦୟ ଶାନ୍ତି ପ୍ରଯ୍ୟାପ୍ତ

ଆରକ୍ଷର ରକ୍ଷ ଆହେ ଦୀନବନ୍ଧୁ କୃପାସିନ୍ଧୁ

ଘେନ ପ୍ରଣତି ଦିଅ ମୁକ୍ତି କରେ ପ୍ରଣିପାତ

ତୁମ ଅବଢ଼ା ଅନ୍ନରେ ମନ ତୁମ ତୁଳସୀ ଚନ୍ଦନେ ଧନ୍ୟ

ଚିରନ୍ତନ ଗୀତ ସତ୍ୟ ll

ତୁମ ଚାରିକ୍ଷର ନାମ ତୁମ ଚାରିବେଦର ଧାମ

ଚିର ଶାଶ୍ୱତ ତୁଲ୍ୟ ଅମୃତ

ତୁମେ ବ୍ରହ୍ମନାଦ ତୁମେ ଶଙ୍ଖଭେଦ ତୁମେ ନାଦବ୍ରହ୍ମ

ମୁକ୍ତି ଶାନ୍ତି ପ୍ରୀତି ମୈତ୍ରୀରେ ଭିଭାଜିତ ll

ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ

ଓଁ ହ୍ଲି କ୍ଲିଙ୍ଗ ସ୍ବସ୍ତି ଶାଶ୍ୱତ ସତ୍ୟ

ବରଷା ବତାସ ମେଘ ମୌସୁମୀ ଲଗୁଚାପେ

ତୁମେ ରଖ ଘଣ୍ଟ ଘୋଡାଇ ନିଶ୍ଚିତ  ll


Rate this content
Log in

Similar oriya poem from Action