Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ପ୍ରଥମ ରେଳ ଯାତ୍ରା

ପ୍ରଥମ ରେଳ ଯାତ୍ରା

1 min
208



 


ରେଳ ଯାତ୍ରା କରି ମୁହିଁ ଯାଉ ଥିଲି ଦିନେ

ଭାବି ହୁଏଁ ସେ ହି କଥା ବେଳେ ବେଳେ ମନେ ।

ବାଲେଶ୍ଵର ଷ୍ଟେସନ ରୁ ଚଢି ଥିଲି ଗାଡି

 ଗତି ବଢି ଚାଲିଲା ସେ ଆଗକୁ ମାଡି ।

ଚାଲୁଚାଲୁ ମନ ମୋର ହଜିଲା ସପନେ

ଡବା ମଧ୍ୟେ ଥାଇ ଭାବୁ ଥିଲି କେତେ ମନେ ।

ଦେଖିଲି ଅନେକ କଥା ମନ ରେ ଧାରଣା

ବେଳୁ ବେଳ ବୃଦ୍ଧି ହେଲା ମୋ ଚିନ୍ତା ଚେତନା ।

ଭିତର ବାହାର କଲି ବହୁ ନିରୀକ୍ଷଣ

ମଜା ଲାଗିଲା  ଶିଖିଲା କେତେ କଥା ମନ ।

ବାହର ର ଦୃଶ୍ୟ ରାଜି କରି ତୀବ୍ର ଗତି

ଲାଗିଲା ଯେପରି ସବୁ ଧାଇଁ ବୁଲୁ ଅଛି ।

ଭିତରେ ବସି କି ଦୂର ଦୁରାନ୍ତର ଯାତ୍ରୀ

ଆନନ୍ଦ ମନ ରେ ଗପ ସପ ହେଉ ଛନ୍ତି ।

ବୁଲା ବିକାଳୀ , ଭିକାରୀ ଅନେକ ପ୍ରକାରେ

ସଭିଏଁ ତହିଁ ରେ ମେଳ ସେ ରେଳ ମଧ୍ଯ ରେ ।

ବସି ରହି ଦେଖି ଦେଖି ଭାବ ଆବେଗ ରେ

 ପୁଲକିତ ମନ ପ୍ରାଣ ଖୁସି ର ବିଭୋରେ ।

ଓହ୍ଲାଇ ପଡ଼ିଲି ଶେଷ ରେ ଭୁବନେଶ୍ୱରେ

ସେଇ ରେଳ ଅନୁଭୁତି ଭାଳଇ ମନ ରେ ।



Rate this content
Log in

Similar oriya poem from Romance