STORYMIRROR

Chittaranjan Nanda

Children Stories Action Children

3  

Chittaranjan Nanda

Children Stories Action Children

ମନୁଷ୍ୟର ଧୀ ଶକ୍ତି

ମନୁଷ୍ୟର ଧୀ ଶକ୍ତି

1 min
109


ଅସୀମ କ୍ଷମତା ରହିଛି ପ୍ରତ୍ୟେକ 

ମନୁଷ୍ୟର 

ବିକଶିତ ହେଲେ ଧୀ, ସଦ୍‌ଗୁଣ ଓ

ଚିନ୍ତା ଶକ୍ତିର ।


ସେହି ଶକ୍ତିକୁ ନିଜ ସଂକଳ୍ପରେ 

ଉତ୍ସାହ ଭିତ୍ତିରେ

ବଢ଼ିବା ସହିତ ଯଦି ଗତି କରି 

ପାରିବା ସାହସରେ ।


ଚେତନା ସହ ପହଁଚିବା ଉନ୍ନତିର 

ଉଚ୍ଚ ଶିଖରେ

ଏ କଥାକୁ ମନେ ରଖ ଯେତେ ଶିଶୁ

ଅଛ ଭାରତରେ ।


ତେବେ ଯାଇ, ପହଞ୍ଚିବାରେ ତା

ସଫଳତା ହୁଏ

ବ୍ୟବହାର ଜ୍ଞାନ କୌଶଳ,ସବୁ

ଠାରେ ଖଟାଏ ।


ମନୁଷ୍ୟ ନିର୍ମାତା, ନିଜେ ଅଟେ 

ନିଜ ଚେଷ୍ଟାରେ

ଭାଗ୍ୟର ନିର୍ମାତା ହୁଏ ସେ ଶକ୍ତି 

ପ୍ରୟୋଗରେ ।


ଏବେ ରହିଅଛି ଫେସବୁକ୍ ଏବଂ 

ଇନଷ୍ଟାଗ୍ରାମ, 

ହ୍ୱାଟ୍ସଆପ, ଟୁଇଟର, ୟୁଟ୍ୟୁବ ଅବା 

ଟେଲିଗ୍ରାମ ।


 ଅନ୍ୟାନ୍ୟ ସୋସିଆଲ ମିଡ଼ିଆମାନ 

ସୃଷ୍ଟି ହୋଇଛି,

ଦୂରତା ମଧ୍ୟରେ ପରସ୍ପର ଯୋଡ଼ିହେବା 

ସୁଯୋଗ ଦେଇଛି ।


ଖଟାଇଲେ ନିଜର ବୁଦ୍ଧି ଶକ୍ତିକୁ 

ସକାରାତ୍ମକ ଭାବରେ 

ସଦୁପଯୋଗ କଲେ ଅବର୍ଣ୍ଣନୀୟ 

ଉନ୍ନତି ହେବ ସମାଜରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍