STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
174


ମୋ ଦେଶ ଭାରତ ଅତୀବ ମହାନ

ଅଟେ ପ୍ରାଚୀନ କାଳରୁ

ସସ୍କୃତି ଯାହାର ଗୌରବ ମଣ୍ଡିତ

ଆବାହମାନ କାଳରୁ ।


ବିଶ୍ଵରେ ଅନନ୍ୟ ପରମ୍ପରା ଧାରା

ସଭ୍ୟତା ଔତ୍କର୍ଷ୍ୟଭରା

ନିୟନ୍ତ୍ରିତ କରି ଆସିଅଛି ଯିଏ

ମଣିଷ ଜୀବନ ଧାରା ।


ଦିବ୍ୟ ଭାବ ବହି ମହାନ ଆଦର୍ଶ

ଚରିତ୍ର ଓ ଆଚରଣ

ବ୍ୟକ୍ତିତ୍ଵ ବିକାଶ ସୁଶିକ୍ଷା ପ୍ରକାଶ

ବିତରଇ ଅତୁଳନ ।


ବିଶ୍ଵ ଗୁରୁ ଭାବେ ଦିଅଇ ଯେ ଭବେ

ଦିବ୍ୟ ବିଭା ,ଜ୍ଞାନ,ବିଦ୍ୟା

ଜ୍ଞାନ , ବିଜ୍ଞାନର ଔତ୍କର୍ଷ୍ୟ ସମ୍ଭାର

ଭାରରେ ଯିଏ ପ୍ରସିଦ୍ଧ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract