ବର୍ଷା
ବର୍ଷା
ନିଦାଘର ଗର୍ବେ ପୀଡ଼ିତ ସରବ
ଵୃକ୍ଷ ଶୁଷ୍କ ପଶୁ ପକ୍ଷୀ,
ମାନବ ଦାନବ ଦେବତା ବାରତା
ତ୍ରାହି କର ପ୍ରଭୁ ଦେଖି
ସୁଜନେ,
ବନ୍ଦନା ଶ୍ରୀ ପୟରରେ,
ଶିନାନ ମଣ୍ଡପେ ବିଜେ କରି ଦେବ
ଭାଙ୍ଗି ଗ୍ରୀଷମ ଗରଵ।
ନଭ ନବ ଘନ ବହନ କାନନ
ଅଛାଦନ ରବି ତେଜ,
କାୟା ଛାୟା ସୁଖ ହଟାଇଲେ ଦୁଃଖ
ନାଥ ଗରବ ଗଞ୍ଜନ,
ସୁଜନେ,
ବର୍ସିଲା ଵାରୀ ଶ୍ରାବଣୀ
ନଦୀ ପୁଷ୍କରିଣୀ ଉଛୁଳା ରାଗିଣୀ
ତଟିନୀ ତଟ ତରଣୀ।
ପଥ ଅପଥରେ ଜଳଚର କ୍ରୀଡା
ବକ ଧ୍ୟାନ ମିନ ଦଶା ,
ଜଳ ଧାର ନିମ୍ନ ଗତି କ୍ଷୀପ୍ର ବେଗେ
ଶାଗର ସଂଯୋଗ ଆଶା
ଶୁଜନେ,
ଚାରୁ ଶୁସମା ଆଳୟ,
ଭୂମିରୁ ଭୂମାକୁ ପ୍ରଣୟ ସଙ୍ଗୀତ
କାମନା ଶୁଭ ବଳୟ।
କାନନେ କାଞ୍ଚନ କିଆଁ କଦମ୍ବର
ଗଜରା ଲମ୍ବିତ ଗଭା,
ଗହଣା ଗହନ ମନ ଚୋର ଘନ
ପ୍ରୀତିରେ ମଣ୍ଡିତ ପ୍ରଭା
ସୁଜନେ,
ସବୁଜିମାଏ ନୟନ
ବନ ସମ୍ପଦାର ଅଧିଷ୍ଠାତ୍ରୀ ଦେବୀ
ଯୋଗ ନିଦ୍ରାରେ ଶୟନ ।
କର୍ଷଣ ଭୂମିକୁ କୃଷକ ସତ୍କାର
ଆକର୍ଷଣ କରେ କ୍ଷେତ,
ହଳ ବଳଦ ଲଙ୍ଗଳ ଚାଷ ବାସ
ମାଟି ଚିରୀ ବାରେ ରତ
ସୂଜାନେ,
ଶସ୍ୟ ସ୍ଵୟଂ ଅନ୍ନପୂର୍ଣ୍ଣା
ଅନ୍ନ ବ୍ରହ୍ମ ତାର ମହତ୍ ସାଧନା
କର୍ମ ଯୋଗୀଶେ ବରନ୍ୟା।
ପର୍ବତ ଶିଖରରେ ବିଶ୍ରାମ ମେଘ
ଅବିଶ୍ରାନ୍ତ ପଥ ଚାରି,
ଅଜସ୍ର ବେଦନା ଲୋତକ ପରାଏ
ଝରଇ ଅଗାଧ ବାରି
ସୁଜନେ,
ବନ ମୟୋରୀ ମୃର୍ଚ୍ଚନା
କେଳା ରାବ ଧ୍ଵନୀ ପ୍ରକମ୍ପିତ ହୁଏ
ଶ୍ରାବଣ ପୁଜା ଅର୍ଚ୍ଚନା।
କାଉଡ଼ିଆ ବିଧି ପୂର୍ଣ୍ଣ ପୟୋନିଧି
ଶିବ ଦରଶନ ଧାଇଁ,,
ମୁସୁଳ ଧାରରେ ଛେଚିଦିଏ ଜଳ
ପ୍ରେମ ସହିହୁଏ ନାହିଁ
ସୂଜନେ
ରତିଶୁଖ ନିଏ ରାତି
ଦିବସ୍ ହେବାରୁ ଲାଜୁକୁଳି ଦେହ
ଭରା କୁମ୍ବ ଦିଶେ ଛାତି।
ଛତା ଛାତ ତଳେ ହାତ ଛନ୍ଦାଛନ୍ଦି
ପ୍ରେମିକ ପ୍ରେମିକା ଦୁଇ,
ଘର ଭିତରରେ ଉଇ ଚରିଯାଏ
ବରଷା ପରସ ଭୂଇଁ।
ନାବରେ ନାଉରୀ କାତ ମାରି ମାରି
ପାରି କରଇ ସେପାରି,
ନଈ ତାର ଭରା ଯୌଉବନ ଦେହେ
ସଉଦା କରେ ବେପାରୀ
ସୁଜନେ,
ବେଳେ ଉଶ୍ରୁଖଳା କରି
ମାନେ ନାହିଁ କିଛି ଲଷ୍ମଣ ରେଖାକୁ
ଭାଙ୍ଗେ ବନ୍ଧ ବାଡ ଧରି।
ଝିଅଙ୍କର ମନ ପରି ଛନ ଛନ
ଗଛର ଡାଳ ପତର,
ବରଷା ପରଷା ପାଇ ବୁକୁ ତଳେ
ପରସ ପ୍ରୀତି ବତର
ସୁଜନେ,
ମେଘ ମଲ୍ଲାର ରାଗିଣୀ
ଭିଜା ଦେହେ ମଜି ବେଙ୍ଗ ବେଙ୍ଗୁଲିଙ୍କ
ଚରମ ପ୍ରେମ କାହାଣୀ।।