କାଳିଆ ସାଆନ୍ତ
କାଳିଆ ସାଆନ୍ତ
କାଳିଆ ସାଆନ୍ତ ହେ ନାଥ
କେତେ କାଳ ଆଉ ରହିବ ଦୁଃଖ
ତୁମେ ମୋର ଗଳାର ଧନ
ତୁମ ନାମ ମୋକ୍ଷର ଧାମ
ଅଳିକ ସଂସାରେ ଥଳକୂଳ ନାହିଁ
ଭାସି ଭାସି ଯାଏ କଳା ଶ୍ରୀମୁଖ।
ବାର ମାସେ ତେର ପରବ
ରଥ ଯାତ୍ରା କେଡେ ଗରବ
ଶ୍ରୀ ମହାପ୍ରସାଦ ଆନନ୍ଦ ବଜାର
ଭକ୍ତ ଭୁଞ୍ଜୁଛନ୍ତି ନ ଜାଣେ ଦୁଃଖ।
ଦେଖ ଉଡ଼େ ପତିତବାନା
ପାପୀଗଣ ତରିବେ ସିନା
ନାମ କୃପାସିନ୍ଧୁ ଯେ ଭଜଇ ପ୍ରଭୁ
ହଟି ହଟି ଯାଏ ଅସୀମ ଦୁଃଖ।
ବିଶ୍ଵ ପାଇଁ ମୋର ପ୍ରାର୍ଥନା
ମଣିଷରେ ଭର କରୁଣା
ଦୂର ହୋଇଯାଉ ସକଳ ଦୁର୍ଗତି
ପୂର୍ଣ୍ଣ ହେଉ ସଦା ସବୁରି ସୁଖ ।
