STORYMIRROR

Jitendra Seth

Abstract

4  

Jitendra Seth

Abstract

ନାରୀ

ନାରୀ

1 min
241

ଧର୍ଯ୍ୟ ଦୟା କ୍ଷମା ସର୍ବଗୁଣ ଦେଇ

ବ୍ରହ୍ମା ଗଢ଼ିଲେ ବିଚାରି

ସ୍ନେହ ଶାନ୍ତି ରୂପ ମମତାମୟୀ ସେ

ନାମଟି ତାହାର "ନାରୀ" ।।


ନାରୀ ପାଇଁ ସିନା ଏ ସୃଷ୍ଟି ସମ୍ଭବ

ଜନନୀ ସେ ଜଗତର

ସୁନାର ସଂସାର ହସେ ତା'ରି ପାଇଁ

ତୁଳସୀ ସେ ଅଗଣାର ।। 


ଭିନ୍ନାଭିନ୍ନ ରୂପେ ଏ ଧରାଧାମରେ 

ସଂସାର ପାଳନ କରେ

ରୁଦ୍ରାଣୀ ରୂପରେ କେବେ ସିଏ ପୁଣି 

ରାକ୍ଷସ ଜନ ସଂହାରେ ।। 


ମାଆ ରୂପେ ବୁଝେ ପିଲା ଛୁଆ କଥା 

ପତ୍ନୀ ରୂପେ ସ୍ଵାମୀ ମନ 

ଭଉଣୀ ରୂପରେ ଭାଇର ମଙ୍ଗଳେ 

ବିତାଇ ଦିଏ ସେ ଦିନ । ।


ସଫଳ ବ୍ୟକ୍ତିର ପଛରେ ନିଶ୍ଚୟ 

ରହିଥାଏ ତା'ର ହାତ 

ସେଥିପାଇଁ ସାରା ଦୁନିଆ କହଇ 

ପଣତକୁ ଶିରୀ ନେତ ।। 


ନାରୀ ଉନ୍ନତିରେ ସମାଜ ଉନ୍ନତି 

ଏକଥାଟି ପ୍ରମାଣିତ 

ସର୍ବ ଶାସ୍ତ୍ର ମତେ ଅଗ୍ରଗଣ୍ଯା ସିଏ 

ଏଥିରେ ନାହିଁ ଦ୍ୱିମତ  ।। 


ନାରୀକୁ ସମ୍ମାନ ମାଆକୁ ସମ୍ମାନ 

ଏହି ମନ୍ତ୍ର ଜପ କରି 

ଆଗେଇ ନେବା ଏ ନାରୀ ଜାତିକୁ 

ଆସ ତାଙ୍କ ହାତ ଧରି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract