କବିର ଲେଖନୀ
କବିର ଲେଖନୀ
କବିଦେଖେ ଦୃଶ୍ୟକେତେ ସରାଗରେ
ଭାବନାର ଅନ୍ତରାଳେ ;
ତୋଳିଧରେ ଲେଖନୀର କୁହୁକରେ
ସମୟ ର ତାଳେତାଳେ !!
କବିତା'ର ରମ୍ୟପଂକ୍ତି ଦିଏ ଶାନ୍ତି
ପାଠକର ହୃଦୟକୁ ;
କଵି କିନ୍ତୁ ଝୁରି ହୁଏ କବିତା'ର
ସତ୍ୟତାର ବିସ୍ଵାଶକୁ !!
ସମାଜିକ ଜୀବନର ଦୃଶ୍ୟସବୁ
ଚିତ୍ରଂଗନା ସାଜେ ସତେ ;
ସୁଖ ଦୁଃଖ ସମିଶ୍ରଣେ ରଙ୍ଗମଞ୍ଚେ
କଵି ଦୃଶ୍ୟପଟେ ଭାସେ !!
କବିଭାବ ଜାଗ୍ରତରେ ଉଜାଗରେ
ଦିବାନିଶି ରହି ଥାଏ ;
ଚେତନାର ଭାବଗର୍ଭେ ଅଜାଣତେ
କଵି କିଛି ଖୋଜି ପାଏ !!
ପ୍ରାକୃତିକ ସୌନ୍ଦର୍ଯ୍ୟ କବିର ସମ୍ପଦ
କଵି କରେ ମୂଲ୍ୟାୟନ ;
ହଜିଯାଏ ମହାଭାବେ କଵି କେବେ
ସାଜି ସ୍ନେହର ସନ୍ତାନ !!
ମାୟା ମୋହ ବନ୍ଧନରେକଵି ଜଳେ
ଶାନ୍ତି ମୁକ୍ତି ଭକ୍ତି ପାଇଁ ;
କେହି ଜଣେ ନ ବୁଝନ୍ତି ହୋଇ ସାଥୀ
କଵି ଭାବନା କୁ ଭାଇ !!
ଦୁଃଖଶୋକ ରୋଗ ଆଣଇ ବୈରାଗ
କବିର ପରମ ବୈରୀ ;
କଵି ପୁଣି ପାନ କରେ ଲୁହ ଲହୁ
ଏଠି ଭାଗ୍ୟକୁ ଆବୋରି !!
ଲେଖନୀଟା କଥା କହେ ନିରୋଳରେ
ମରଣ ଶେଯରେ ସତେ;
କବି ସିନା ମରିପାରେ ମର୍ତ୍ତ୍ୟ ମଣ୍ଡଳରୁ
ମରେ ନାହିଁ ସ୍ମୃତିଲେଖନୀରୁ;
ଝରୁଛି ଝରିବ ଅମୃତର ବାରି ସଦା
ପାଠକର ଆଦର ଜତ୍ନରୁ ;!!