ଲାସ୍ୟମୟୀ ତୁମେ
ଲାସ୍ୟମୟୀ ତୁମେ
ହାସ୍ଯମୟୀ ତୁମେ ଲାସ୍ଯମୟୀ ତୁମେ
ନାହିଁ ତୋହର ତୁଳନା ,
ହେ ନାରୀ ତୁମେ ତ ପୂଜନୀୟା ଏଠି
ନାହିଁ ତୋ ପାଶେ ଛଳନା ।
ଅବଳା ଦୁର୍ବଳା ନୁହେଁ ଏଠି ନାରୀ
କରେ ସେ ରଣ ହୁଙ୍କାର,
ଶକ୍ତି ସ୍ବରୂପିଣୀ ଦୁର୍ଗା ପୁଣି ତୁହି
କରୁ ଶତୃଙ୍କୁ ସଂହାର ।
ଜାୟା ଓ ଜନନୀ ପୁଣି ତୁ ଭଗିନୀ
ଅନେକ ରୂପ ତୋହର
ଶବ୍ଦର ଶୂନ୍ଯତା ଭେଦ କରୁ ତୁହି
ତୋର କରୁଣା ଅପାର ।
ନିର୍ଜନ ବନର ଅନ୍ଧକାର ପରି
ଅଟଇ ତୋର ଜୀବନ,
ସୁବାସ ବିତରି ସଂସାର ଭିତରେ
ଅନ୍ତରେ କରୁ ରୋଦନ ।
ମମତା ମନ୍ଦିର ଅଟେ ତୋର ହୃଦ
ହସାଉ ସାରା ସଂସାର,
ଯେତେ ଦୁଃଖ କଷ୍ଟ ଆସୁ ତୋ ଜୀବନେ
ସେଥିକୁ ନାହିଁ ଖାତର ।
ତୋ ଧୈର୍ଯ୍ଯର ନାହିଁ ତୁଳନା ଯେ ଏଠି
ନୁହେଁ କେହି ସମ ତୋର ,
କୋଟି ପ୍ରଣିପାତ କରେ ତୋର ପାଦେ
ନମସ୍ଯା ତୁହି ଜାତିର ।
