STORYMIRROR

Jitendra Seth

Abstract

4  

Jitendra Seth

Abstract

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
374

ବିବାହିତା ପାଇଁ ବିନ୍ଦୁଏ ସିନ୍ଦୂର

ଅଟଇ ଅମାପ ଧନ

ସେଇ ସିନ୍ଦୂରକୁ ଅଳଙ୍କାର କରି

ଖୁସିରେ ବିତେ ତା' ଦିନ ।।


ସ୍ତ୍ରୀ କପାଳର ବିନ୍ଦୁଏ ସିନ୍ଦୂର

ସ୍ୱାମୀର ଜୀବନ ରେଖା 

ନାରୀ ହୃଦୟର କେନ୍ଦ୍ରବିନ୍ଦୁ ସିଏ 

ପ୍ରାଣ ପ୍ରିୟ ଦୀପଶିଖା ।। 


ତା' ସୁନା ସଂସାର ହସୁ ଥାଏ ସଦା 

ବିନ୍ଦୁଏ ସିନ୍ଦୂର ପାଇଁ 

ଦୁଃଖ କଷ୍ଟ ସବୁ ହସି ସହିଯାଏ

ଅପରାଜିତା ସେ ହୋଇ ।। 


କୋଟି ପୂଣ୍ଯ ବଳେ ଏହି ଧରା ତଳେ 

ଦେବତାଙ୍କୁ ସାକ୍ଷୀ ରଖି 

ସୌଭାଗ୍ୟବତୀ ସେ ଲଗାଏ ସିନ୍ଦୂର 

ଅପରୂପା ନିରିମାଖି ।। 


ନାରୀର ସୌନ୍ଦର୍ଯ୍ୟ କରେ ଦ୍ୱିଗୁଣିତ 

ସେଇ ବିନ୍ଦୁଏ ସିନ୍ଦୂର 

ନହେଲେ ତା' ବିନା ସିଏ ମୂଲ୍ୟହୀନା 

ଯେମିତି ପାଣିର ଗାର ।। 


ବିନ୍ଦୁଏ ସିନ୍ଦୂର ଦୁଇଟି ଆତ୍ମାର 

ଜୀବନ କରେ ସାର୍ଥକ  

ସାଥି ପାଇଁ ସେଇ ବିନ୍ଦୁଏ ସିନ୍ଦୂର 

ସାତ ଜନ୍ମର ସନ୍ତକ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract