STORYMIRROR

puspalata samantary

Abstract

4  

puspalata samantary

Abstract

ଗ୍ରାମ୍ୟ ଜୀବନ

ଗ୍ରାମ୍ୟ ଜୀବନ

1 min
187

ଦିନଥିଲା ଦିନେ ଗ୍ରାମ୍ୟ ଜୀବନଟା

ଥିଲା କେଡେ ମଧୁମୟ,

ଆପଣା ପରର ପାର୍ଥକ୍ୟ ନ ଥିଲା

ସର୍ବେ ଥିଲେ ଶାନ୍ତିପ୍ରିୟ।

ଐକବଦ୍ଧ ଭାବେ ଝିଅ ବୋହୁ ଙ୍କର

ସମ୍ମାନ ରକ୍ଷଣ ପାଇଁ,

ଆପଣା ଓ ଗ୍ରାମ ସମୁଦାୟ ଥିଲେ

ତାହାର ଉତ୍ତରଦାୟୀ ।

ବାଲ୍ୟକାଳ କଥା ସେ ରୋମାଞ୍ଚ ଗାଥା

ପାରୁନି ତ ଭୁଲି ଯାଇ,

ଉତ୍ତର ବୟସେ ସେ ଅଭୁଲା କଥା

ଆଜିଗଲା ସ୍ମୃତି ହୋଇ ।

ବାରମାସେ ତେର ଉତ୍ସବ ପାଳନେ

ସର୍ବେ ଏକତ୍ରୀତ ହୋଇ,

ଖୁସିର ସମ୍ଭାର ବାଣ୍ଟୁଥିଲେ ସବୁ

ପରାପର ଭୁଲିଯାଇ।

ଗୁରୁ ଗୁରୁଜନ ନିରୁତା ନିର୍ଦ୍ଦେଶ

ଥିଲା କେଡେ ଶିକ୍ଷଣୀୟ,

ତାହାରି ମଧ୍ୟରେ ଭରିରହିଥିଲା

ଆଦର ଓ ସୁଖ ସ୍ନେହ ।

କି ଥିଲା କି ହେଲା ଆଜିର ଜୀବନ

ଶଙ୍କିତ ହେଉଛି ଚିତ୍ତ,

ଯୁବପିଢ଼ି ଆମ ଉତ୍ତମ ମାର୍ଗ କୁ

ଭୁଲିଯାଉ ନାହାନ୍ତି ତ?

ବିଜ୍ଞାନ ଆମକୁ ଅନେକ ଉତ୍ପାଦ

ଉପଲବ୍ଧ କରାଇଲା,

ଯାନ୍ତ୍ରିକ ସୁବିଧା ପାଇ ଆମ ମନ

ଶ୍ରମବିମୁଖ ହୋଇଲା।

ପ୍ରତ୍ୟେକ ସୁଯୋଗ ସୁଅର୍ଥେ ପ୍ରୟୋଗ

କରି ତା ସୁଫଳ ପାଅ,

ବିଅର୍ଥରେ ଉପଯୋଗ କରି କେବେ

ଧ୍ବଂସ ମୁଖକୁ ନ ଯାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract