STORYMIRROR

ମିତା ପଟନାୟକ

Abstract

4  

ମିତା ପଟନାୟକ

Abstract

ନାରୀ

ନାରୀ

1 min
348

ଇଶ୍ୱର ସେ'ଦିନ ବସିଥିଲେ ଫୁରସତ ରେ

ସୃଷ୍ଟି ର ସର୍ଜନାରେ ମଗ୍ନ ହେଉ ହେଉ

ଅଟକି ଗଲେ ନିର୍ଦ୍ଧିଷ୍ଠ ଏକ ଆକାର ପାଶେ


ଆକାଶ ର ରୁ ନୀଳିମା

ପକ୍ଷୀର କାକାଳୀ

ସାଗର ଗଭୀରତା

ଫୁଲ ର ସୁନ୍ଦରତା

ସବୁ ଖଞ୍ଜି ଦେଲେ ତାରି ପାଖେ

ନା ତାର କାଳେ ନାରୀ

ଅନନ୍ୟା ରମ୍ୟା ==


ଅଳ୍ପ ରେ ବଂଚିବା ଆ

ଧାପେ ଲୁଅ ରେ କୋଷେ ଚାଲିବା

ମୁଠେ ଭାତ ଯୁଗେ ଆୟୁଷ

ଗୋଟିଏ ରେ କୋଟିଏ କଥା

ଅମାବାସ୍ୟାରେ ପୂର୍ଣ୍ଣମୀ ଆଣିବାର ଦାମ୍ଭିକତାର

ଅନ୍ୟ ନାମ ବୋଧେ ନାରୀ ====


ସବୁ ସରିଗଲା ପରେ ପୁଣି ଆରମ୍ଭ କରିବାର ପ୍ରତିଶୃତି

ନିଃଶେଷ ହେଲା ପରେ ବି ବିଶେଷ ହେବାର ଅନ୍ତଦୃଷ୍ଟି

ସ୍ନେହ ସଦିଛା ରେ ବନ୍ଧା ତା ପଣତେ

ଗ୍ରୀଷ୍ମ ରେ ବି ଆଣିପାରେ ବସନ୍ତ

ଶୀତ ରେ ଗୀତ

ସେ ଯେ ସମସ୍ତଙ୍କର ମିତ ===



Rate this content
Log in

Similar oriya poem from Abstract