STORYMIRROR

Shashanka sekhar Ray

Abstract Others

4  

Shashanka sekhar Ray

Abstract Others

ଦି ଛକିରେ ଜୀବନ

ଦି ଛକିରେ ଜୀବନ

1 min
375


ମୋତେ ଚାଲିବାକୁ ହେବ ଅନେକ ଦୂର

ଗନ୍ତବ୍ୟ ସ୍ଥଳ ମୁଁ ଜାଣେନା 

ପଥହରା ବାଟୋଇ ପରି

ଘୁରିବୁଲେ ବାହାରିବାକୁ ଜଙ୍ଗଲ ରାସ୍ତାରୁ 

ବାଟ କ'ଣ ସରୁଛି ସହଜେ

ଚାରିଆଡେ ଭୟ ବିଭୀଷିକାର ଆର୍ତ୍ତନାଦ

ଦିଗହରା ନାବିକ ପରି

ଖୋଜୁଛି ସମୁଦ୍ରରେ ବତୀଘରଟିଏ ।


ଜିଇଁହୁଏନି ମନ ଭରି ଏଠି ଜୀବନକୁ

କେତେବେଳେ ଅମଡା ରାସ୍ତାରେ

ପୁଣି କେବେ ରାଜରାସ୍ତାରେ

ଚାଲି ଚାଲି ପାଦ ମୋର କ୍ଲାନ୍ତ

ତଥାପି ଚାଲିବାକୁ ହେବ

ପାହାଡି ଜଙ୍ଗଲି ଉଠାଣି ଗଡାଣି ରାସ୍ତାରେ ।


କାହିଁ କେତେବେଳେ ଅଟକିଯାଏ ପାଦ

ଜୀବନର ଦି ଛକି ରାସ୍ତାରେ

ନା ଆଗକୁ ଯାଇହୁଏ

ନା ପଛକୁ ଫେରିହୁଏ

କଇଁଛ ପରି ବେକ କାଢି ଚାହେଁ

ପୁଣି ଚୁପଚାପ କଣ ଭାବି

ନିରବେ ଯେମିତି ପଥରଟିଏ ପାଲଟିଯାଏ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract