ଆମ ସମ୍ବିଧାନ।
ଆମ ସମ୍ବିଧାନ।

1 min

338
ଆମ ସମ୍ବିଧାନ ଗର୍ବ ଆମର,
ସାରା ଜଗତ ରେ ସେ ପରିଚିତ
ସର୍ବବୃହତ୍ ଶାସନ ଧାରା,
ମହାନ୍ ଆମ ଏଇ ଗଣତନ୍ତ୍ର।
ଆମ ଶାସନ ର ଶାସକ ଆମେ,
ଶାସିତ ବି ପୁଣି ଆମେ,
ଆମ ଦେଶକୁ ଆମେ ସମ୍ଭାଳୁ,
ଗଢ଼ୁ ଆମ ସରକାର।
ସମ୍ବିଧାନ ର ସବୁ ଶାସନ ଧାରା
ଗଲାଣି କୁଆଡେ ହଜି,
ଗଣତନ୍ତ୍ର ର ଏଇ ମହାନ୍ ଦେଶ ରେ,
ଶାସକ ଶୋଷିତ ଆଜି।
ଗଣତନ୍ତ୍ର ଆଉ ପ୍ରଜାତନ୍ତ୍ର ନାଁ ରେ
ରାଜତନ୍ତ୍ର ଚାଲେ ଏଠି,
ପ୍ରଜାଙ୍କ ପାଇଁ ଯୋଜନା ହୁଏ
ପହଞ୍ଚି ପାରେନି ତାଙ୍କଠି ।
ଆମ ଶାସକ ଙ୍କୁ ଆମେ ବାଛୁଚୁ,
ହାତରେ ଟଙ୍କା କୁ ଧରି
ଗଣତନ୍ତ୍ର ର ମୂଲ୍ୟ ମୁଁ ଦଉଚି,
ନିଜକୁ ବିକ୍ରି କରି।
ଆମ ସମ୍ବିଧାନର ଗୌରବ ଆଜି,
ହରାଇଚି ନିଜ ସମ୍ମାନ,
ଦେଶର ସଚେତନ ନାଗରିକ ଆମେ,
ରଖିବା ଆମ ସମ୍ବିଧାନ ର ମାନ
ରଖିବା ତାହାର ମାନ।