STORYMIRROR

Deeptismita Sahu

Inspirational Children

3  

Deeptismita Sahu

Inspirational Children

ଆସ ଆମେ ପଢ଼ିବା

ଆସ ଆମେ ପଢ଼ିବା

1 min
266

ଆସ ଆମେ ପଢିବା

ଦେଶକୁ ଆମର ଗଢିବା

ନୂତନ ଭାରତର ଭବିଷ୍ୟତ ଆମେ

ଆସ ଆଜି ଏଇ ଶପଥ ନେବା

ଦେଶକୁ ଆମର ଗଢିବା।


ଆମେ ପାଠ ପଢିବା,

ଜ୍ଞାନର ଧନ ଅର୍ଜିବା,

ଉଚ୍ଚ,ନୀଚ୍ଚ ଭେଦ ଭାବ ଦୂର କରି,

ସୁସ୍ଥ ଭାରତ ଗଢିବା।

ଆସ ଆମେ ପଢିବା।।


ଆଗାମୀ କାଲିର ଡାକ୍ତର ଆମେ,

ପୋଲିସ୍, ବୈଜ୍ଞାନିକ, ଶିକ୍ଷକ ଆମେ

ସରକାରୀ କର୍ମଚାରୀ ବ୍ୟବସାୟୀ ଆମେ

ନିର୍ଲୋଭ ହୋଇ ଦେଶର ସେବା କରିବା।

ଆସ ଆଜି ସଭିଏଁ ଶପଥ ନେବା।


ଆମେ ସଚ୍ଚୋଟ ହୋଇବା,

ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାରକୁ ରୋକିବା

ଜ୍ଞାନ, ଗରିମାରେ ସାରା ଦୁନିଆ ଜିଣିବା,

ଆସ ଆମେ ପଢିବା, ଦେଶକୁ ଆମର ଗଢିବା,

ଆଗାମୀ ଦିନରେ ଆମେ ସୁସ୍ଥ ଭାରତ ଗଢିବା।।

ଆସ ଆମେ ପଢିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational