STORYMIRROR

Alhadini Panigrahi dash

Inspirational Others

3  

Alhadini Panigrahi dash

Inspirational Others

ସ୍ମୃତି

ସ୍ମୃତି

1 min
27.9K


ଶ୍ଵାସରୁ ସ୍ପନ୍ଦନ, ଜନ୍ମରୁ ମରଣ

ଏହି ତ ଆମ ଜୀବନ

ଅତୀତ, ଭବିଷ୍ୟ ଆଉ ବର୍ତ୍ତମାନ

ସତ୍ୟ ଏହା ଚିରନ୍ତନ ।(୧)

ଦିନ ପରେ ରାତି, ରାତି ପରେ ଦିନ

ଏହା ଯେପରି କି ସତ୍ୟ

ବର୍ତ୍ତମାନ ଦିନେ ହୁଅଇ ଅତୀତ

ଏହା ତ ବିଧି ନିର୍ଦ୍ଧିଷ୍ଟ।(୨)

ହେଇଥାଉଁ ସୁଖି, ଅବା ହେଉ ଦୁଃଖି

ଅତୀତକୁ ଭାଳି ଭାଳି

ଏହି ସୁଖ,ଦୁଃଖ, ହଜିଲା ପଣକୁ

କହିଥାଉଁ ପରା ସ୍ମୃତି।(୩)

ପିଲା ଦିନ ସ୍ମୃତି, ମିଠା, ମିଠା ଗୀତି

ମାଆ ସ୍ନେହ, ବାପା ଗାଳି

କୁଇକ୍ ଫିକ୍ସ ପରି ରହିଥାନ୍ତି ଲାଖି

ଦିନ ଯାଉ ଯେତେ ବିତି ।(୪)

ନୂଆଁ ନୂଆଁ ବାହା,ନୂଆଁ ପ୍ରେମ ପ୍ରୀତି

କି ମଧୁର ସେଇ ସ୍ମୃତି

ଭୁଲିବାକୁ ମନ ଜମା ଚାହେଁ ନାହିଁ

ଯେତେ ଦିନ ଯାଉ ବିତି ।(୫)

ବୃଦ୍ଧା କାଳେ ଶୋଇ ଖଟିଆ ଉପରେ

ଝୁରୁଥାଏ ମାଆ ନିତି

ଛୁଆ ମାନଙ୍କର ବାଳୁତ, ଶୈଶବ

ସରଳ, ଚପଳ ସ୍ମୃତି ।(୬)

ଭଲ ଲାଗିଥାଏ, ସ୍ମୃତିର ବର୍ଷାରେ

ଏଇମିତି ଭିଜିବାକୁ

ସ୍ମୃତିର ଶିଶିର, ଶରତ, ବସନ୍ତ

ନିଜ ଦେହେ ମାଖିବାକୁ।(୭)

ଭିଜୁ ଦେହ, ମନ ,ସ୍ମୃତିର ବର୍ଷାରେ

କାହା ନୟନ ନ ଭିଜୁ

ତାର ଆଗମନେ ପ୍ରତି ଓଠ କୋଣେ

ହସର ମୁକୁତା ଝରୁ ।୮)

ସେଥିପାଇଁ ସର୍ବେ ବର୍ତ୍ତମାନ କର

ସତ୍ୟ, ଶିବ ଓ ସୁନ୍ଦର

ତେବେ ସିନା ସ୍ମୃତି, ଫୁଲ ହୋଇ ଫୁଟି

ମହମହ ବାସୁଥିବ ।(୯)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational