STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ସମୟର ଶେଷ ପରିଣତି

ସମୟର ଶେଷ ପରିଣତି

1 min
27.1K


କିଏ ଜାଣେ ,

ହୋଇପାରେ ଆଜି ଦିନ ଶେଷ ଦିନ

ହୋଇପାରେ ଆଜି ରାତି ଶେଷ ରାତି

କିଏ ଜାଣେ ,

ହୋଇପାରେ ଆକି କଥା ଶେଷ କଥା

ହୋଇପାରେ ଆଜି ହସ ଶେଷ ହସ ।।

ସକାଳର ସୂର୍ଯ୍ୟ ରାତିର ଜହ୍ନ

ହୋଇପାରେ ଅପହଂଚ ,ଅଦୃଶ୍ୟ ।

ହୋଇପାରେ ରଂଗହୀନ

ଦିଗନ୍ତର ସ୍ଵର୍ଣ୍ଣାଭ ଦୃଶ୍ୟ ।।


ଛଅ ଖଣ୍ଡ କାଠର ନିଆଁ

ହୋଇପାରେ ଝଲମଲ ,

ସମୟର ଶେଷ ଚିଠି

ହୁଏତ ହୋଇପାରେ ଅପାଠ୍ୟ ,

ଅବୋଧ,ଦୁର୍ବୋଧ ।।

ତେବେ.....କାହିଁକି ?

ଏ କୁଢ କୁଢ

ଛଳନା ଓ ମଧୁର ପ୍ରତାରଣାର

ଦିଗନ୍ତ ବିସ୍ତାରୀ ନଭଶ୍ଚୁମ୍ବି ରୂପ ?

ଗର୍ବ ଅହଙ୍କାରର ମଖମଲି ଅଟ୍ଟାଳିକା

ଅବିବେକୀ ଅମଣିଷପଣିଆର

ସ୍ପର୍ଦ୍ଧିତ ପ୍ରବେଶ ?

ବକ୍ର ଗତିପଥ

ସ୍ଵାର୍ଥପରତା ଓ ହୀନମନ୍ୟତାର

ଲେଲିହାନ ଶିଖା ପ୍ରଜ୍ଵଳିତ ?

ସମୟର ନିକଂଚନ ଅମଡା ବାଟରେ

ନିତି ନିତି ହତ୍ୟା

ସ୍ଵଚ୍ଛ ସ୍ଵାଭିମାନର ଓ ମାନବିକତାର ।

ଯାହା ପ୍ରାଣହୀନ ଲାଗେ

ହୃଦୟର ପ୍ରତିଟି ସ୍ପନ୍ଦନ

ନିଗିଡି ପଡେ ଦୁଇ ବିନ୍ଦୁ ଅଶ୍ରୁ

ବ୍ୟର୍ଥହୁଏ ସମୟର ଶେଷ ନିବେଦନ

ଆକୁଳ ମର୍ମସ୍ପର୍ଶୀ ଯନ୍ତ୍ରଣାର

ଶେଷ ହୀନ କରୁଣ ଚିତ୍କାର ।।।

ଅଧ୍ୟାପକ ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational