Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Satapathy

Inspirational Others

2.5  

Prasanta Satapathy

Inspirational Others

ସାଧବ ବୋହୂ

ସାଧବ ବୋହୂ

1 min
13.8K


ଓଡ଼ିଆ ଘରର ସାଧବ ବୋହୂ ଲୋ

ଖାଣ୍ଟି ଓଡ଼ିଆଣୀ ତୁହି ,

ଓଡ଼ିଆ ସଂସ୍କୃତି ତୋ ଠାରେ ରହିଛି

କି ଅବା କହିବି ମୁହିଁ ।

ହଜି ଯାଇଅଛି ପୂରୁବ ଗୌରବ

ପୂର୍ବରତ କୀର୍ତ୍ତି ମାନ,

ମନେ ପଡେ ଆଜି ସେହି ପୂର୍ବ କଥା

କରୁଛି ତାହାର ଧ୍ୟାନ ।

ବଣିଜ ଆରମ୍ଭେ ବୋଇତ ସବୁକୁ

ହାତରେ ତୋ ବନ୍ଦାପନା ,

ହୁଳହୁଳି ଆଉ ଶଙ୍ଖନାଦ ଶବ୍ଦ

ଏବେ କିଏ କଲା ମନା ।

ପାଦରେ ଅଳତା ମୁଣ୍ଡରେ ଓଢଣୀ

ହାତେ ପୂଜା ଥାଳି ନାହିଁ,

ବାଜୁନାହିଁ ଆଜି ପାଦର ନୂପୁର

ସଙ୍ଖୋଳି ଦେବାର ପାଇଁ ।

ଫେରୁନି ବୋଇତ ଜାଭା ସୁମିତ୍ରାରୁ

ଧନ ରତ୍ନ ସବୁ ଧରି ,

ଏହି କଥା ସବୁ ଭାବି ଭାବି ପରା

ଲୁହତ ଯାଉଛି ଝରି ।

ସଦ୍ୟ ପ୍ରସ୍ପୁଟିତ ମୁହଁଟି ତୋହର

ଆଜି ଯାଇଅଛି ସୁଖି,

ବଣିଜ ବେପାର ବୁଡି ଗଲା ବୋଲି

ହୋଇଅଛୁ ତୁହି ଦୁଃଖି ।

ପୂରୁବ ଗୌରବ ସ୍ୱାଭିମାନ ତୋର

ନିଶ୍ଚୟ ଫେରି ଆସିବ,

ଏହା ଦେଖିକରି ସାଧବ ବୋହୂ ଲୋ

ଓଠରୁ ହସ ଝରିବ ।

ଓଡ଼ିଆଙ୍କ ଗାଥା ଓଡ଼ିଆ ଗୌରବ

ଇତିହାସରେ ରହିଛି,

ସାଧବ ବୋହୂର ଗୁଣ ଗରିମାକୁ

ତାହା ଆଜି ବଖାଣିଛି ।


ପ୍ରଶାନ୍ତ କୁମାର ଶତପଥୀ

ଛତ୍ରପୁର


Rate this content
Log in

More oriya poem from Prasanta Satapathy

Similar oriya poem from Inspirational