Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Satapathy

Tragedy

3  

Prasanta Satapathy

Tragedy

ଧୋକା

ଧୋକା

1 min
7.6K



ଧୋକା ଶବ୍ଦଗୋଟି ନିହାତି ଖରାପ

ମୁହଁରେ ଧରିବ ନାହିଁ,

ସଦା ସର୍ବଦା ଚେଷ୍ଟା କରୁଥିବ

ଧୋକା ନଦେବା ପାଇଁ l

ବିଶ୍ୱାସଟି ଯେବେ ହରାଇ ବସିବ

ଅବିଶ୍ୱାସ ଆସିଯିବ,

ସେହି ଅବିଶ୍ୱାସ ବୃକ୍ଷ ଟିଏ ହୋଇ

ଧୋକା ଫୁଲ ଫୁଟାଇବ l

ଏହି ଫୁଲ ଗୋଟି ଭାରିତ ଖରାପ

ବିଷ ଭରପୁର ରହେ,

ହଳା ହଳ ବିଷ ଏପରିତ ଅଟେ

ଜାଳି ପୋଡ଼ି ମାରିଦିଏ l

କେଉଁ ଯୁଗରୁତ ରହିଅଛି ଏହା

ପୁରାଣ ସୂଚାଇ ଦିଏ,

ଧୋକା କିଏ କେବେ କାହାକୁ ଦେଇଛି

ଇତିହାସ ପୃଷ୍ଠା କହେ l

ଏହି ଧୋକା ଲାଗି ମହା ଭାରତର

ଯୁଦ୍ଧ ଗୋଟି ହୋଇଥିଲା,

ନିଜେ ଖୋଲିଥିବା ଗାତରେତ ପଡି

କୁରୁବଂଶ ନାଶ ହେଲା l

ଧୋକା ଦେଇଥିଲା ଲଙ୍କାର ରାବଣ

ସୀତା ମାଆ ହରିନେଲା ,

ପରିଣାମ ତାର ଏପରିଯେ ହେଲା

ସବଂଶକୁ ହରାଇଲା l

ଧୋକା ଦେଇକରି ବ୍ରିଟିଶ ବାହିନୀ

ଭାରତେ ଶାସନ କଲା,

ପରିଶେଷେ ସିଏ ଦେଶ ଛାଡିଗଲା

ଭାରତ ସ୍ୱାଧୀନ ହେଲା l

ଧୋକା ପରିଣାମ ବହୁତ ଖରାପ

ଯିଏ ଦିଏ ସିଏ ଭୋଗିବ,

ମନର ମଧ୍ୟରେ କଷ୍ଟତ ଆସିବ

ସହିବାକୁ ତାକୁ ହେବ l

ଆଜିର ଯୁଗରେ ଧୋକା ପରିମାଣ

ବହୁ ରୂପେ ବଢିଯାଇଛି ,

ପଢୁଆ ପିଲାଙ୍କ ମନର ମଧ୍ୟରେ

ଏହି ସବୁ ଆସିଯାଉଛି l

ପଢ଼ା ପଢି ଛାଡି ପ୍ରେମ ଦୁନିଆରେ

ନୁଆଁରେ ପାଦ ଦିଅନ୍ତି,

ଛେଚା କଚଡ଼ାକୁ ଖାଇ ଖାଇ କରି

ଶେଷେ ହତାଶ ହୁଅନ୍ତି l

ପରିସ୍ଥିତି ତାଙ୍କ ଏପରି ହୁଅଇ

ଏସିଡ଼ି ପର୍ଯ୍ୟନ୍ତ ଯାଏ,

ପୀଡିତାଟି ପରା ବହୁ କଷ୍ଟ ପାଏ

ନିର୍ଯ୍ୟାତନା ସହିଥାଏ l

ଧୋକାବାଜିଟିକୁ ପୋଲିସ ଆମର

ବାନ୍ଧିକରି ନେଇଥାଏ ,

ଜେଲ ର ଭିତରେ ଚକି ପେଷି ପେଷି

ଜୀବନ ବିତାଇଥାଏ l

ଆଜି ମୋର ସବୁ ଭାଇ ଭଉଣୀଙ୍କୁ

ଅନୁରୋଧ କରୁଅଛି,

ଧୋକାବାଜି ଠାରୁ ଦୁରେଇ ରୁହନ୍ତୁ

ଏହା କହି ରହୁଅଛି l


ପ୍ରଶାନ୍ତ କୁମାର ଶତପଥୀ

ଛତ୍ରପୁର

9861143878


Rate this content
Log in

More oriya poem from Prasanta Satapathy

Similar oriya poem from Tragedy