STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
26.6K


ଆଲୋକେ ଆଲୋକ ସୁସଜ୍ଜିତ କରି

ନିଶାମୁଖ ହେଲା ନୈମିଷ୍ୟ ବିଦାରି

ଉଆଁସୀ ଅନ୍ଧାର ଘନ ଘଟେ ଘୋର

ଦୀପାବଳୀ ବଳେ ନାଶଇ ନିଥର।

କେତେ ଦୀପମାଳା କେତେ ରଙ୍ଗେ ସାଜି

ପିତୃ ପୁରୁଷ କି ଆସିବେ ବିରାଜି

ଆବାଳ ବନିତା ବୃଦ୍ଧ ପିତା ମାତା

ଖୁସି ଦୀପାବଳୀ ଦିଅନ୍ତି ବାରତା।

ପିଠା ପୁରୀ କ୍ଷୀରି ମିଷ୍ଟାନ୍ନ ପଲାଉ

ଖୁସିର ଆନନ୍ଦେ ନଇବେଦ୍ୟ ଦେଉ

ପିତୃପୁରୁଷଙ୍କ ସ୍ମରଣର ଦିନ

ସୁଖର ସନ୍ତୋଷେ ସଂଚାରେ ଜୀଵନ ।

ଅନ୍ଧାରରେ ଯାଇ ଆଲୋକରେ ଆସ

ଦୀପାବଳୀ ଦିଏ ସ୍ଵାଗତ ସୁବାସ

ରଙ୍ଗୋଲି ରଙ୍ଗରେ ଘରକୁ ସଜାଇ

ସାଗର ନନ୍ଦିନୀ ହୋଇବେ ବଧାଇ।

କାଳୀପୂଜା ରୂପେ ଏଦିନ ବି ଖ୍ୟାତ

ପରିଚିତ ହୋନ୍ତି ନବଦୁର୍ଗା ରୂପ

କରାଳ ବଦନ କ୍ରୁର ତେଜ ରୂପ

ଦ୍ୟନ୍ତି ନବ ଜ୍ୟୋତି ମଙ୍ଗଳ କାରକ।

ଗଳା ମୁଣ୍ଡ ମାଳ ତନୁକୁ ଲୁଚାଇ

ଶିବାରୂଢା ହୋନ୍ତି ଶବ ସାଥେ ଥାଇ

ସଂଘର୍ଷ କାଳର ଏହି କାଳରୂପି

କାଳୀ ମହାକାଳୀ ମହକେ ଖ୍ୟାତିକି।

ଜଗତ ଜନନୀ ଖର୍ପର ଧାରିଣୀ

ସଙ୍କଟ ନାଶିନୀ ମନ୍ତ୍ର ମୁଗୁଧା ମା’

ଜାଳନ୍ତି ପ୍ରଦୀପ ଦେଖି ପ୍ରତିରୂପ

ପାଇ ପ୍ରତିଜ୍ଞାତ ପାଉଥାନ୍ତି ସାହା।

ବାଣଫୁଟା ଏକ ମାତ୍ର ମହୋତ୍ସବ

ସ୍ଵଭାବେ ଶବଦ ଏହାର ବିଭବ

କେଉଁ କାଳୁ ଏହି ଶବଦ ଝଙ୍କାର

ବଡବଡିଆଙ୍କୁ ଡାକିବାର ସ୍ଵର।

ଖୁସି ନେଇ ଖୁସି ବାଣ୍ଟିବା ଆଦରେ

ପିତୃ ପୁରୁଷଙ୍କ ଆନନ୍ଦ ଶ୍ରାଦ୍ଧରେ

ସର୍ବେ ହେଲେ ଖୁସି ଆଶିଷ ବରଷେ

ଆନନ୍ଦ ଆସିଲେ ଜୀବନ ହରଷେ ।

ଦୀପ କହେ ତେଲ ତୋତେ ଧରି ଧରି

ସଳିତା ମୁଁ ଜଳେ ଆଲୋକ ଉତାରି

ତେଲ ସରିଯାଏ ସଳିତା ବୁଝାଏ

ଯେସନେ କାଳାନ୍ତେ ଆତ୍ମା ଛାଡୁଥାଏ

ଜୀବ ଧରେ ଜଡ ତନୁକୁ ଯେପରି

ମାୟା ବାନ୍ଧେ ପଞ୍ଚଭୂତକୁ ଆବୋରି

ବାଣ ପ୍ରଦର୍ଶନ ମାୟା ନିଦର୍ଶନ

ଜୀବନ ଯାତରେ ଯଥା ପ୍ରକମ୍ପନ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational