STORYMIRROR

sonali padhi

Romance

3  

sonali padhi

Romance

ତୁ ମୋ ଆରମ୍ଭ ତୁ ମା ଶେଷ

ତୁ ମୋ ଆରମ୍ଭ ତୁ ମା ଶେଷ

1 min
711


ସାତ ଜନମ ର ସାଥି ହେବା ପାଇଁ 

ଦେଇଥିଲି ତୋତେ କଥା,

ଦୂର ହେଇଗଲା ଦୁହେଁ ଦୁହିଁଙ୍କ ଠୁ

ଜାତି ଗୋତ୍ର ହେଲା ବାଧା ।।


ସ୍ୱାର୍ଥପର ଦୁନିଆଁ ବୁଝିବ କେମିତି

ଆମ ଏ ପ୍ରେମ କାହାଣୀ,

ତୁ ହେଇଗଲୁ ସାତପର ପ୍ରିୟା

ସାଜି କାହା ପାଟରାଣୀ ।।


ଭୁଲିଗଲୁ ସବୁ ଗୋଟି ଗୋଟି କରି

ପାଇଲୁ ହାକିମ ସ୍ୱାମୀ,

କିଣି ଦେଉଥିବ ମାଲି ଚୁଡ଼ି ସାଙ୍ଗେ

ଶାଢ଼ୀ ସବୁ ଦାମୀ ଦାମୀ ।।


ଆମ୍ବ ତୋଟା ମୂଳେ ମହାନଦୀ କୂଳେ

ବସିଛି ମୁଁ ଏକା ଏକା,

ସବୁଲାଗେ ଆଜି ଖାଁ ଖାଁ ଲୋ ପ୍ରିୟା

କେହି ନାହିଁ ମୋର ସଖା।।


ତୁ ମୋ ଆରମ୍ଭ ତୁ ମୋ ଶେଷ ଲୋ

ହୃଦୟ ରାଣୀ ତୁ ମୋର,

ଦୁଃଖ ନ ଆସୁ ଜୀବନ ରେ କେବେ 

ସୁଖେ ଦିନ ଯାଉ ତୋର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance