STORYMIRROR

sonali padhi

Romance

2  

sonali padhi

Romance

ପାହିଲି ପ୍ରେମ

ପାହିଲି ପ୍ରେମ

1 min
145

ପହିଲି ପ୍ରେମ ର ରଙ୍ଗ ରେ ଯେବେ ଠୁ

ରଙ୍ଗେଇ ଦେଇଛ ମତେ,

ସେ ଦିନ ଠୁ ଏ ଜହ୍ନ ରାତି ଟା ଭାରି

ଆପଣାର ଲାଗେ ସତେ


ନୁହେଁ ମୁ ବିହଙ୍ଗ ନାହିଁ ମୋର ଡେଣା

ଉଡୁଛି ମନ ଆକାଶେ,

ପୁଷ୍ପ ନୁହେଁ ମୁହିଁ ନାହିଁ ମୋ ବାସନା

ତଥାପି ମୁଁ ଆଝି ବାସେ


ସଜେଇ ହେଉଛି ରାତି ଦିନ ମୁହିଁ

ପାଦରେ ପିନ୍ଧି ନୂପୁର,

ବେଣୀ ରେ ବାନ୍ଧିଛି ମଲ୍ଲୀ ଗଜରା ମୁଁ

ଆଖି ରେ କଜଳ ଗାର


ଛୁପି ଛୁପି ଯାଇ ଆମ୍ବ ତୋଟା ମୂଳେ

ତୁମ ସାଥେ ହେଲେ ଦେଖା,

ହୃଦୟ ବେଦନା,ଜୀବନ ଯାତନା

ଉଭେଇ ଯାଏ ହୋ ସଖା


ପ୍ରେମ ପ୍ରଣୟ ର ମଧୁରତା ସ୍ୱାଦ

ଚାଖିଲି ପ୍ରଥମ ଥର,

ତୁମେ ହେବ ଯଦି ମୋ ମନ ଦେବତା

ଗଢ଼ିବି ନିଶ୍ଚେ ମନ୍ଦିର


ତୁମେ ହିଁ ମୋର ଈପସିତ ପୁରୁଷ

ମୋ ମନ ର ପ୍ରିୟତମ,

ଖୋଜୁଛି ତୁମକୁ ରାତି ଦିନ ସାଥି

ତୁମେ ମୋ ପ୍ରଥମ ପ୍ରେମ


ସପନ ରେ ଭାବନା ରେ କଳ୍ପନା ରେ 

କେବଳ ତୁମେ ହିଁ ତୁମେ,

ଦୂର ରାଇଜ ରେ ଘର ଟେ ତୋଳିବା

ସାଙ୍ଗ ହେଇ ସାଥି ଆମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance