ନିଷ୍ଠୁର ସାଥି
ନିଷ୍ଠୁର ସାଥି
ବ୍ୟସ୍ତତା ବହୁଳ ଜୀବନ ରେ
ମତେ କ'ଣ ଭୁଲି ଗଲ ସାଥି
କାହିଁକି ହେଲ ତୁମେ ଏତେ ନିଷ୍ଠୁର
ମୋ ହୃଦୟର ବାର୍ତ୍ତା କଣ
ପଢ଼ି ନ ପାରିଲ
ଲେଖିଥିଲି ପରା ନିର୍ଭୁଲ କରି
ତଥାପି କଣ ଚିହ୍ନି ନ ପାରିଲ
ମୁଁ କଣ ଗୋଟେ କାଚ ବୋତଳ
ମତେ ଭାଙ୍ଗି କରି ଦେଲ
ଚୁରମାର
ଚାଲୁଥିଲି ଏକା ଏକା ମୁଁ ମୋ ପଥରେ
କଣ୍ଟା ହୋଇ ରହିଗଲ ତୁମେ
ମୋ ହୃଦୟରେ,
କଣ୍ଟା କୁ କାଢ଼ିଲେ କାଢ଼ି ହେଉନାହିଁ
ଖରୁଛି କେବଳ ରକ୍ତ ର ଧାର
ସତେ, କଣ ଦୁଃଖ ଦେଲି
ମନରେ ତୁମ୍ଭର
ମନ ଖୋଲି କହିଦିଅ
ସାଥି ହେ ମୋର