ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ପ୍ରେମ ହିଁ ଶାଶ୍ୱତ ପ୍ରେମ ଚିରନ୍ତନ
ପ୍ରେମ ରେ ବଞ୍ଚିଛି ଧରା,
ପ୍ରେମ ରେ ପଡ଼ିଲେ ଥରୁଟିଏ ସାଥି
ଦିନରେ ବି ଦିଶେ ତାରା
ଜହ୍ନ ଠୁ ଉଜ୍ଜ୍ୱଳ ଫୁଲ ଥୁ କୋମଳ
ପ୍ରେମ ର ରସ ମଧୁର,
ଥରେ ଏ ରସ କୁ ଆସ୍ଵାଦନ କଲେ
ମନ ଲାଗେ ବାରମ୍ବାର
ଘନ ଅନ୍ଧକାର ଅମାବାସ୍ୟା ରାତି
ଦିଶେ ସତେ ଆଲୋକିତ,
ପ୍ରେମ ର ଅଭିର ବୋଳିହେଲେ ଦେହେ
ମନ ହୁଏ ପୁଲକିତ
ପ୍ରେମ ମନ୍ଦିର ରେ ନ ଥାଏ ଈଶ୍ଵର
ତଥାପି ଜଳେ ସଳିତା,
ପ୍ରେମ ସମୁଦ୍ର ରେ ବୁଡ଼ ଯେ ଦେଇଛେ
ସେ ଜାଣେ ତା ଗଭୀରତା
କାମନା ବାସନା ନ ରଖି ମନରେ
କରିଥାଏ ଯିଏ ପ୍ରେମ,
ଯୁଗ ଯୁଗାନ୍ତର ଆମର ରହେ ସେ
ଶାଶ୍ୱତ ପ୍ରେମ ତା' ନାମ