ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ପ୍ରେମ ନୁହେଁ ସତେ ଫୁଲର ବଗିଚା
ପ୍ରେମ ନୁହେଁ ଖେଳ ଘର,
ପ୍ରେମ ବଗିଚାର ଫୁଲ ଯେ ତୋଳିଛି
କଣ୍ଟା ମାଡ଼େ ବାରମ୍ବାର।
ପ୍ରେମ ଅନଳରେ ଜଳିବାକୁ ହୁଏ
ଏହା ତ ପ୍ରେମର ନୀତି,
ଭଙ୍ଗା ହୃଦୟର କୋଠରୀ ଭିତରେ
ବଞ୍ଚି ଥାଏ ତାର ସ୍ମୃତି।
ଭୂଲିବାକୁ ଯେତେ ଚାହୁଁଥିଲେ ମଧ୍ୟ
ଆହୁରି ସତେଜ ଲାଗେ,
ପୂର୍ବ ଦିନ ସ୍ମୃତି ମନେ ପଡ଼େ ସବୁ
ସାଥି ନ ଥିଲେ ବି ସାଙ୍ଗେ।
କହିହୁଏ ନାହିଁ ସହିହୁଏ ନାହିଁ
ଆଖିରୁ ଲୋତକ ଝରେ,
ହୃଦୟକୁ ଆଉ ଯୋଡ଼ି ହୁଏ ନାହିଁ
ଭାଙ୍ଗିଗଲା ପରେ ଥରେ।