STORYMIRROR

sonali padhi

Abstract

2  

sonali padhi

Abstract

ପ୍ରେମ ର ନାମ ହିଁ ତ୍ୟାଗ

ପ୍ରେମ ର ନାମ ହିଁ ତ୍ୟାଗ

1 min
567

(ପ୍ରେମ ର ନାମ ହିଁ ତ୍ୟାଗ)


ପ୍ରେମ ମାନେ ନୁହେଁ ବିବାହ ବନ୍ଧନ

ପ୍ରେମ ନୁହେଁ ସୁଖ ଭୋଗ,

ପ୍ରେମ ଅଟେ ସତ୍ୟ ଶିବ ଓ ସୁନ୍ଦର

ପ୍ରେମ ର ନାମ ହିଁ ତ୍ୟାଗ


ରୂପ ଯଉବନ ନୁହଁଇ ଏ ପ୍ରେମ 

ନୁହେଁ ଏହା ମିଠା ସ୍ୱପ୍ନ,

ତ୍ୟାଗ ରେ ଆରମ୍ଭ ତ୍ୟାଗ ରେ ହିଁ ଶେଷ

ପ୍ରେମ ଅଟେ ସମର୍ପଣ


ପ୍ରେମ ମାନେ ନୁହେଁ ଦେହ ର ମିଳନ

ପ୍ରେମ ନୁହେଁ ଫୁଲ ଗଛ,

ପ୍ରେମ ର ସଂଜ୍ଞା ତ ଦିଗନ୍ତ ପ୍ରସରୀ

କାଚ ପରି ପ୍ରେମ ସ୍ଵଚ୍ଛ


ପ୍ରେମ ମାନେ ନୁହେଁ ଛୋଟ ଝରଣା ଟେ

ପ୍ରେମ ନୁହେଁ ଖେଳ ଘର,

ଯେତେଦୂରେ ଥିଲେ ମନର ମଣିଷ

ଖୋଲା ଥାଏ ପ୍ରେମ ଦ୍ୱାର


ପ୍ରେମ ନୁହେଁ ସତେ ସୁନେଲି ସପନ

ପ୍ରେମ ନୁହେଁ ସୁଖ ସବାରୀ,

ପ୍ରେମିକ ପ୍ରେମିକା ଯେତେ ଦୂରେ ଥିଲେ

ମନେ ଥାଏ ପ୍ରେମ ଭରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract