STORYMIRROR

Manamayee Ratha

Others

2  

Manamayee Ratha

Others

ଅମେରୁଦଣ୍ଡୀ

ଅମେରୁଦଣ୍ଡୀ

1 min
249



କଲିଂବେଲ୍ କି କରାଘାତ ଶୁଣି

କେବେ କିଛି ଵି ନଶୁଣି

ଚଟ୍ କରି ଖୋଲି ଦେଇଛି କବାଟ।

ଯିଏ ଡା଼କିଚି

ବାହାରି ଯାଇଚି ତା ସହିତ

ଯୁଆଡେ କଢେଇ ନେଇଛି ପାଦ

ତାକୁ ଧରି ନେଇଛି ବାଟ।

କାନେଇଚି କୋଳାହଳକୁ

ଯିଏ ଝାଞ୍ଜ ଧରି ଡାକିଲା

ତା' ସହ ତାଳ ଦେଇ

ସଂକୀର୍ତ୍ତନ କଲି ।

ଯିଏ ବିପ୍ଲବରେ ମିଶାଇବାକୁ ଚାହିଁଲା

ବନ୍ଧୁକର ଉପହାର ଦେଇ

ତା' ଲକ୍ଷ୍ୟ ଉଦ୍ଦେଶ୍ୟରେ ଟ୍ରିଗାର୍ ଦାବିଲି ।

ଯିଏ ସାମିଲ କରିବାକୁ ଚାହିଁଲା ରାଲିରେ

ପାର୍ଟି ପତାକା ଧରାଇ

ତା ଵି ନିର୍ଦ୍ୱନ୍ଦରେ ଉଡ଼େଇଲି ।

କାହା କାହା କଥାରେ

ଅଚିହ୍ନା ଶବଙ୍କ ଶୋଭାଯାତ୍ରାରେ

ଫୁଲ ବିଞ୍ଚିଲି , କାନ୍ଦିଲି ।

ଭିତରର କ୍ଷୀଣ ପ୍ରତିବାଦ

ଥରେ କେବେ କାନପାତି ମୁଁ ଶୁଣିଲି ??

**********************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍